ଅଖିଳ ଭାରତୀୟ ସାହିତ୍ୟ ପରିଷଦ : ନିର୍ମଳ ମୁଣ୍ଡା ନଗର ଶାଖାର
ସାରସ୍ୱତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ନିର୍ମଳ ମୁଣ୍ଡା ନଗର ଶାଖାର ସାରସ୍ଵତ ସମାରୋହ ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଗୈାତମ ଦାସଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ‘ଭାରତୀୟ ସଂସ୍କୃତି ଓ ବ୍ୟାସଦେବ’ ଓ ‘ଓଡ଼ିଆ କାବ୍ୟ-କବିତାରେ ବର୍ଷା ଚିତ୍ର’ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ଭାରତୀୟ ସଂସ୍କୃତି ଓ ବ୍ୟାସଦେବ ସମ୍ପର୍କରେ, ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ସୁରେନ୍ଦ୍ର କୁମାର ବେହେରା ଓଡ଼ିଆ କାବ୍ୟ-କବିତାରେ ବର୍ଷାର ଚିତ୍ର ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ଶ୍ରୀ ତ୍ରିପାଠୀ ବ୍ୟାସଙ୍କ ଜୀବନୀ, ସୃଷ୍ଟି ଓ ଭାରତୀୟ ସଂସ୍କୃତିକୁ ବ୍ୟାସଦେବଙ୍କ ଅବଦାନ ଏବଂ ଡ. ବେହେରା ବର୍ଷା କିପରି ଲେଖକ, କବିଙ୍କ ପ୍ରିୟ ତଥା ଯେଉଁ ସାହିତ୍ୟରେ ବ୍ୟଥା ଥାଏ, ସେ ସାହିତ୍ୟ ଅଧିକ ମାର୍ମିକ ହୋଇଥାଏ ବୋଲି ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଅଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ତଥା କବି ଗୈାତମ ଦାସ ଓ ଅଧ୍ୟାପିକା ରଶ୍ମିତା ନାଥଙ୍କ ସଂଯୋଜନାରେ ଶବ୍ଦର ଶବ୍ଦରେ ମେଘ ମହ୍ଲାର କବିତା ଆବୃତ୍ତି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସର୍ବଶ୍ରୀ ଅମୀୟ ମହାନ୍ତି, ଧରିତ୍ରୀ ପାଇକରାୟ, ସୁଶାନ୍ତ କୁମାର ନାୟକ, ଗଦାଧର ରଥ, ବ୍ରଜେନ୍ଦ୍ର ଦାଶ, କିଶୋରୀ ମୋହନ କର, ସଞ୍ଜୟ କୁମାର ମହାପାତ୍ର, ଚିନ୍ମୟୀ ପୁରୋହିତ, ରଶ୍ମିରଞ୍ଜନ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ ନାଟ୍ୟ ସମ୍ପାଦକ ଅଧ୍ୟାପକ ଚିନ୍ମୟ ତ୍ରିପାଠୀଙ୍କ ପରିକଳ୍ପନା, ସଂଗୀତ ଓ ନିର୍ଦ୍ଦେଶନାରେ ନାଟକ ‘ବ୍ୟାସ ଜନ୍ମ’ ପ୍ରଦର୍ଶିତ ହୋଇଥିଲା । ଏଥିରେ ରୋହିତ ଜଗଦଲା, ମଧୁସ୍ମିତା ବାରିକ, ଇନ୍ଦ୍ରଜିତ ରାଉଳ ପ୍ରମୁଖ ଅଭିନୟ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ଦାସ ସ୍ୱାଗତ ଭାଷଣ, ସଭାପତି ଶ୍ରୀ ଗୋସ୍ୱାମୀ ସଭାପତିତ୍ୱ ଅଭିଭାଷଣ, କାର୍ଯ୍ୟକ୍ରମର ଆଭିମୁଖ୍ୟ, ଉପସଭାପତି ଅଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ, ପରିଷଦର ରାଉରକେଲା ସଂଯୋଜକ କରୁଣାକର ପାଟ୍ଟଶାଣୀ ପରିଷଦର ଆଭିମୁଖ୍ୟ, ପରିଷଦର ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ମାନିତ କରିଥିଲେ । ଶେଷରେ ଗଦାଧର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ୱନାଥ ଜେନା, ଗୋପାଳ ପ୍ରସାଦ ଜେନା, ତ୍ରିଲୋଚନ ନାୟକ, ହରିହର ଶତପଥୀ, ଡ. ଶକ୍ତିପ୍ରସାଦ ସାମନ୍ତରାୟ, ଆଦିକନ୍ଦ ନାୟକ, ଭଜହରି ବେହେରା, ନୀରଦ ଭୂଷଣ ପଟ୍ଟନାୟକ, ରଚିନ୍ଦ୍ର ଦାସ, ସରୋଜ ସ୍ୱାଇଁ, ସୁଦର୍ଶନ ସାହୁ, ମଧୁସୂଦନ ବଳ, ନୟନା ସାହୁ, ଗଜେନ୍ଦ୍ର ସାହାଣୀ, ଉମେଶ ଜେନା, ଅଶୋକ ଶୁକ୍ଳ, ପ୍ରଭାତୀ ଗୋସ୍ୱାମୀ, ଜ୍ଞାନେନ୍ଦ୍ର ରାୟ, ଦେବରାଜ ଗୈାଡ, ଲକ୍ଷ୍ମଣନାଥ ଦାସ, କୈଳାଶ ସାମଲ, ବିବେକାନନ୍ଦ ଜେନା, ସୁଲିପ୍ତା ଜେନା, ମୁରାରି ଜେନା, ରମାକାନ୍ତ ଷଡ଼ଙ୍ଗୀ, ରାଘବ ପଣ୍ଡିଆ, ବିଶ୍ୱନାଥ ସାହୁ, ରମେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.