ନିର୍ବାଚନକୁ ଆଖିରେ ରଖି ବିଜେପିର ଆଗୁଆ ସଜବାଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୩ ନମ୍ବର ୱାର୍ଡ ଚୌଧୁରୀରେ ଭାରତୀୟ ଜନତା ପାର୍ଟିର ଏକ ସାଙ୍ଗଠନିକ ବୈଠକ ରାଜ୍ୟ ଅନୁସୂଚିତ ଜାତି ମୋର୍ଚାର ସମ୍ପାଦକ କିର୍ତ୍ତନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ ୨୮ ତାରିଖରେ କୁଶପଲ୍ଲୀ ସ୍ଥିତ ଚାମୁଣ୍ଡା ମନ୍ଦିରରେ ହେବାକୁଥିବା ବନ୍ଧୁମିଳନ ସମାରୋହରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଯୋଗ ଦେବେ । ତାର ରୂପରେଖ କିପରି ହେବ ସେ ସମ୍ପର୍କରେ ପ୍ରାକ୍‌ ଆଲୋଚନା ହୋଇଥିଲା । ତତ୍‌ ସହିତ ତଳ ସ୍ତରରୁ କିପରି ସଂଗଠନ ସୁଦୃଢ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ଉପସଭାପତି ରଶ୍ମିରାଣୀ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ସନ୍ତୋଷପୁର ମଣ୍ଡଳ ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଧର ବାଡତ୍ୟା, ବିଜେପିର ବରିଷ୍ଠ ନେତା ସୁରେନ୍ଦ୍ର ସାହୁ, ସାନ ରାମଚନ୍ଦ୍ରପୁରର ବିଳାଶ କୁମାର ନାହାକ, ଝାରେଡୀ ରାଧା ଗୋବିନ୍ଦପୁରର ସଂପଦ ନାହାକ ଓ ମିହିର ନାହାକ, ପାଳିବନ୍ଧ ପଞ୍ଚାୟତର ନିରାକାର ଜେନା, କାଇଁଚପୁର ପଞ୍ଚାୟତର ଶରତଚନ୍ଦ୍ର ମହାପାତ୍ର, ମଲ୍ଲାଡ ପଞ୍ଚାୟତର ଚିତ୍ତରଞ୍ଜନ ମଲ୍ଲିକ ଓ ସବର ସାହୁ, ଗଞ୍ଜାମ ଏନ୍‌ଏସିର ପୂର୍ବତନ ମଣ୍ଡଳ ସଭାପତି ସୁଦାମ ଚରଣ ଜେନା, ସନ୍ତୋଷପୁର ପଞ୍ଚାୟତର ମହେଶ୍ୱର ଦାସ, କାଇଁଚପୁର ପଞ୍ଚାୟତର ରାଜା ରାଓ ରେଡି, ସୁବଳୟା ପଞ୍ଚାୟତର ମହୋନ ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.