oom

ସଇଁନ୍ତଲା ଇଂଲିଶ ମିଡିୟମ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଏସଡିକେଜି ଇଂଲିଶ ମିଡିୟମ ସ୍କୁଲ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବାରିକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଧୂପ, ଦୀପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଏହି ଦୁଇ ମହାପୁରୁଷଙ୍କ ଦେଶ ପ୍ରତି ଅତୁଳନୀୟ ଅବଦାନ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାରିକ କହିବା ସହିତ ସେମାନଙ୍କ ପଦାଙ୍କ ଅନୁସରଣ କରି ଗାନ୍ଧିଜୀଙ୍କ ସ୍ୱପ୍ନର ସୁନାର ଭାରତ ଗଠନରେ ସହାୟକ ହୁଅନ୍ତୁ ବୋଲି ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଦୁଇ ମହାପୁରୁଷଙ୍କ ସୃତି ଚାରଣ ପରେ ଆଲୋଚନା କରାଯାଇଥିଲା । ଏଥିରେ ସ୍କୁଲର ବିଜୟଲଷ୍ମୀ, କୃତିକ ରଣା, କ୍ରୀଷ୍ଣ। ମା .ପି.ବଗର୍ତ୍ତି, ଜିତାଞ୍ଜଳୀ ତାଣ୍ଡି, ଦୀପ୍ତି ମହାନନ୍ଦ, ଲମ୍ବ ପଧାନ, କୌତୁକ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.