oum

ସଇଁନ୍ତଲା ବଣିକ ସଂଘ ପକ୍ଷରୁ ସଚେତନତା କରିବା ସହ ମାସ୍କ ବଣ୍ଟନ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମାହାମାରୀରକୁ ହରାଇବାକୁ ହେଲେ ସଚେତନତା ନିହାତି ଆବଶ୍ୟକ । ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଯାଇନଥିବା ବେଳେ କରୋନାର ତୃତୀୟ ଲହର ଆସୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଲାଣି । ତେବେ ଏଭଳି ପରିସ୍ଥିତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଣିକ ସଂଘ ପକ୍ଷରୁ ସଇଁନ୍ତଲା ଥାନା ସମ୍ମୁଖରେ କରୋନାକୁ ନେଇ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନ କରୁଥିବା ଦେଖିବାକୁ ମିଳିଛି । ବଣିକ ସଂଘର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.