ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କୁତ୍ସାରଟନାକାରୀଙ୍କୁ ଗିରଫ ଦାବିରେ ସାଇବର ଥାନାର ଦ୍ୱାରସ୍ତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତି ଫୋକଶ ପ୍ଲସର ମୁଖ୍ୟ ସୁଧାଂଶୁ ଶେଖର ରାଉତ, ଅଜୟ କୁମାର ପଣ୍ଡା, ଅନନ୍ତ ନାରାୟଣ ଧଳ ବିଭିନ୍ନ ସାମାଜିକ ଗଣମାଧ୍ୟ୍ୟମରେ ଅଶାଳୀନ ମନ୍ତ୍ୟବ ଦେବା ସହ ଗଣମାଧ୍ୟମରେ ମାନ୍ୟବର ପିସିସି ସଭାପତିଙ୍କ ଚରିତ୍ର ସଂଘାର କରିଥିଲେ, ତେଣୁ ଆଜି ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ନେତୃତ୍ୱରେ ବାରିପଦା ସାଇବର ଥାନାରେ ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀଙ୍କୁ ଅଶାଳୀନ ମନ୍ତ୍ୟବ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହିତ ଲିଖିତ ଅଭିଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଏସଟି ସେଲ ଚୈତନ୍ୟ ହାଁସଦା, ଜ୍ୟୋତି ପ୍ରକାଶ ରଥ, ଶାନ୍ତନୁ ପାଲ,ନାରାୟଣ ପଟ୍ଟନାୟକ, ମୀନକେତନ ବେହେରା, ରବି ନାରାୟଣ ପରିଡା, ଅଶୋକ ଗିରି, ସମର ରଞ୍ଜନ ଦାସ, ସୋରଜ ସାହୁ, ଜଗନ୍ନାଥ ପରିଡା, ଜୀବନ ବାରିକ, ନିର୍ମଳ ପ୍ରଧାନ, ବନମାଳୀ ବାରିକ, ରାଣା ସତ୍ୟକାମ ସେନାପତି, ସୁନିତା ନାୟକ, ରଶ୍ମିତା ମିଶ୍ର, ଇତି ମିଶ୍ର, ୱାହିଦା ଅହମ୍ମଦ, ଭୁବନେଶ୍ୱରୀ ପରିଡା, ନିର୍ମଳ ପ୍ରଧାନ, ଭବାନୀ ସାହୁ, ବାଦଲ ହେମ୍ବ୍ରମ, ମନୋରଞ୍ଜନ ହେମ୍ବ୍ରମ, ବିରାମ ମୁର୍ମୁ, ମଦନ ମାଝୀ, ଚତୁଃର୍ଭୁଜ ପାତ୍ର, ରାମଚନ୍ଦ୍ର ସିଂ ସହିତ ଶତାଧିକ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.