ମହାଶିବରାତ୍ରି ପାଇଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଚଳଚଞ୍ଚଳ

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ ଉପରେ ଥିବା ଝରଣା ଭିତରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ୱର । ମହାଶିବରାତ୍ରି ପାଇଁ ଆଜି ଭୋର ୪ଟା ୧୫ ମିନିଟ ସମୟରେ ମଙ୍ଗଳ ଆଳତୀ, ୫ ଟା ୧୫ ମିନିଟ ସମୟରେ ନୀତିକାନ୍ତି ପୂଜା ସମାପନ ପରେ ୬ଟା ସମୟରେ ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ପାଇଁ ଖୋଲା ହୋଇଛି ।

Leave A Reply

Your email address will not be published.