jayashree

ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଶାଖା ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ ମ୍ୟୁଜିକସର୍କଲଠାରେ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଗୀତାଞ୍ଜଳି ପତ୍ରିଙ୍କ ସଭାପତିତ୍ୱ, ସମ୍ପାଦିକା ସ୍ନେହଲତା ନାୟକଙ୍କ ଆବାହକତ୍ଵ ଓ ମଞ୍ଜୁଳା ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶିକା ଡ଼. ମନସ୍ୱିନୀ ଦାଶ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଡ଼. କିଶୋରୀ ଦାଶ, ରଶ୍ମିବାଳା ରାଉତରାୟ, ତପସ୍ୱିନୀ ବହିଦାର ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ନାରୀର ସାମାଜିକ ଦାୟିତ୍ୱବୋଧ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ପ୍ରତ୍ତି ନାରୀ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ବଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ନିଜର ସୃଜନଶୀଳତା ଓ ଦାୟିତ୍ୱବୋଧ ପାଇଁ ସେ ସମାଜରେ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ନିଜର ଛାପ ଛାଡିବାରେ ସକ୍ଷମ ହୋଇଛି । ଏହା ସମଗ୍ର ନାରୀ ସମାଜ ପାଇଁ ଗର୍ବର ବିଷୟ ବୋଲି ମତ ରଖିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ରାଜକୁମାରୀ ଦେବୀଙ୍କୁ ରାଧାରାଣୀ ସାହୁ ସ୍ମୃତି ସମ୍ମାନ ଓ ସଂଗଠିକା ନୀନାରାଣୀ ଜେନାଙ୍କୁ ଇନ୍ଦୁମତୀ ଦାଶ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉଭୟଙ୍କୁ ଅପର୍ଣ୍ଣା ସାହୁ ଓ ଡ. କିଶୋରୀ ଦାଶ ସେମାନଙ୍କ ଦିବଙ୍ଗତ ମାତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସଭାପତି ଡ଼. ପତ୍ରି ସଭାପତିତ୍ୱ ଅଭିଭାଷଣ ସହ ନାରୀଙ୍କ ସାମ୍ନାରେ ଥିବା ଆହ୍ୱାନ ସମ୍ପର୍କରେ ଓ ସମ୍ପାଦିକା ଶ୍ରୀମତୀ ନାୟକ ସମ୍ପାଦକୀୟ ବିବରଣୀ ସହ ଚଳିତ ବର୍ଷ ୧୪ତମ ସାହିତ୍ୟ ସମାରୋହ ପାଳନ କରୁଥିବା କହିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖପତ୍ର ‘ପୂଣ୍ୟତୋୟା’ ଓ ସ୍ନେହଲତା ନାୟକଙ୍କ ଲିଖିତ ‘ଚୋରାବାଲି ଓ ଅନ୍ୟାନ୍ୟ ଗଳ୍ପ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । କବି ଜ୍ୟୋସ୍ନା ନାଏକ ଚୋରାବାଲି ଓ ଅନ୍ୟାନ୍ୟ ଗଳ୍ପକୁ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ରାଜକୁମାରୀ ଦେବୀ ଓ ସାଥୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମୋନାଲିସା ମିଶ୍ରଙ୍କ ସଭାପତିତ୍ୱ ଓ ସ୍ନେହଲତା ପଟ୍ଟନାୟକ ତଥା ଅପର୍ଣ୍ଣା ସାହୁଙ୍କ ସଂଯୋଜନାରେ ନାରୀ ଅସ୍ମିତା ଧର୍ମୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସୁକାନ୍ତି ନାଏକ, ସୁରମା ମିଶ୍ର, ବୈଦ୍ୟନାଥ ମିଶ୍ର, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସୁପ୍ତି କର, ଚକ୍ରଧର ମହାରଣା, ଅଜୟ ପଟ୍ଟନାୟକ, କଳ୍ପନା ସାହୁ, ସ୍ୱର୍ଣ୍ଣଲତା ସାହୁ, ଉମେଶ ବେହେରା, ବବିତା ମହାପାତ୍ର, ଜୟଶ୍ରୀ ବିଶ୍ୱାଳ, ଅଳକା ମହାନ୍ତି, ଅଶୋକ ଜେନା, ସୁମିତ୍ରା ବାରିକ, ବିଜୟ ସାହୁ, ଶରତ ଦାସ, ସୁନିଲ ମହାନ୍ତି, ଗୌରୀଶଙ୍କର ପ୍ରଧାନ, ସୁସ୍ମିତା ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.