
ତୁଷୁରା, (କେପିଏନ୍ଏସ୍) : ଶୁକ୍ରବାର ଅପରାହ୍ନ ୩ ଘଟିକା ସମୟରେ ଅଗ୍ରସେନ ଭବନ ତୁଷୁରା ଠାରେ ବିଧୁଭୂଷଣ ସାହିତ୍ୟ ସଂସଦ, ତୁଷୁରା ଆନୁକୂଲ୍ୟରେ ଅଧ୍ୟକ୍ଷ ଅଖିଳ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜୟ ଗୋପାଳ ଗୁରୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସୁରେଶ ଚନ୍ଦ୍ର ସାହୁ, ବ୍ୟଙ୍ଗକବି ପ୍ରମୋଦ କୁମାର ବୈଠାରୁ, ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପାଣ୍ଡିଆ ପ୍ରମୁଖ ଯୋଗଦେଇ ଥିଲେ । କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଓ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀଙ୍କ ସଂଯୋଜନାରେ ଉପସ୍ଥିତ କବି, କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ । ବ୍ୟଙ୍ଗକବି ସୁଶାନ୍ତ ମିଶ୍ର ଓ ପ୍ରମୋଦ କୁମାର ବୈଠାରୁ ବ୍ୟଙ୍ଗକବିତା ଶୁଣାଇ ଦର୍ଶକଙ୍କୁ ଖୁବ୍ ହସାଇଥିଲେ । କବୟିତ୍ରୀ ହୀରାବତୀ ସାହୁ, ପଦ୍ମାଳୟା ଗୁରୁ ଏବଂ କବି ଭକ୍ତ ବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା, ପ୍ରହଲ୍ଲାଦ ଦଣ୍ଡସେନା, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଦେବାଶିଷ ମହାପାତ୍ର, ଚୁଟୁ ନାଗ, ଉମାକାନ୍ତ ବଗର୍ତ୍ତୀ, ଶୁଭେନ୍ଦୁ ଷାଣ୍ଡ, ବ୍ୟାସଦେବ ମେହେର, ଅନ୍ତର୍ଯ୍ୟାମୀ ବରିହା, ନାରାୟଣ ଜାଲ, ରାଜୀବ ପ୍ରସାଦ ଭୋଇ, କ୍ଷୀରେଶ୍ଵର ଦଳବେହେରା, ଗଜେନ୍ଦ୍ର ବାଗ, ଜୟରାମ ସାହୁ, ସୁଧାକର ପ୍ରଧାନ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କବି ଭକ୍ତ ବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।