ସମୟ ହିଁ ସାହିତ୍ୟର ଶ୍ରେଷ୍ଠ ବିଚାରକ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ସମୟ ହିଁ ସାହିତ୍ୟର ଶ୍ରେଷ୍ଠ ବିଚାରକ । ସାମୟିକ, ଯଶ ପ୍ରଶଂସା କବି ପାଇଁ ମୂଳ୍ୟହୀନ । ଏମିତି ପ୍ରକାଶ ପାଇଛି କବି ଅଧ୍ୟାପକ ଡ. ସଂଜୟ କୁମାର ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ କୋଶଳି ଭାଷା ଓ ସାହିତ୍ୟ ଶୀର୍ଷକରେ ଆୟୋଜିତ ୱେବିନାରରେ । କୋଶଳ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାର ଗାଇସିଲେଟ ପକ୍ଷରୁ ଆୟୋଜିତ ଏହ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ମିଶ୍ର କୋଶଳି ଭାଷାର ଐ୍ୟତିହ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ନିଜର ମତ ରଖି ଏହି ଭାଷାର ସାହିତ୍ୟ ଅତ୍ୟନ୍ତ ସମୟୋପଯୋଗୀ ଏବଂ ମୌଳିକ ବିଚାର ଧାରା ପ୍ରସୁତ ବୋଲି କହିଥିଲେ ।

ପୁସ୍ତମ ଜୁଆଡି ସଭା ପରିଚାଳନା କରିଥିବା ବେଳେ ବଲ୍ଲଭ ସାହୁ, ଜୟଶ୍ରୀ ସାହୁ, ହେମାଙ୍ଗୀନି ଦାସ, ଅଭିନବ ପଟ୍ଟନାୟକ, ଲୋକେଶ୍ୱର ପାଣ୍ଡେ, ରତ୍ନୋମୟ ତ୍ରିପାଠୀ ପ୍ରମୁଖଙ୍କ ସହ ଶତାଧିକ କବି ଲେଖକ ଏଥିରେ ଯୋଗ ଦେଇଥିଲେ । କଂଟାବାଞ୍ଜିରେ ମଧ୍ୟ ଛାତ୍ରଛାତ୍ରୀ ମାନେ ଶ୍ରୀ ମିଶ୍ରଙ୍କ ଜନ୍ମଦିନ ପାଳନ କରିଥିଲେ । ସୁଚିତ୍ରା ବେହେରା, ନିବେଦିତା ହାତୀ, ଧାରାଶ୍ରୀ ମହାନ୍ତି, ଦେବଦତ୍ତ ବାଗ, କ୍ରିଷ୍ଣାଞ୍ଜଳି ମଲ୍ଲିକ, ଘାସିରାମ ତାଣ୍ଡି, ଶାନ୍ତି ମାଝୀ, କିଶନାଥ ମାଝୀ ପ୍ରମୁଖ ଶ୍ରୀ ମିଶ୍ରଙ୍କ ବାସଭବନରେ ଜନ୍ମଦିନର ଶଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.