om academy

ସମ୍ବର୍ଦ୍ଧିତ ହେବେ ସହିଦ ପରିବାର

jsm

ରାଉରକେଲା, (ସସ୍ମିତା ପ୍ରଦାନ) : ଦେଶମାତୃକାର ସେବାକରି ସହିଦ ହୋଇଥିବା ପରିବାର ବର୍ଗଙ୍କୁ ଆସନ୍ତା ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟଠାରେ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେକ୍ଟର ୨ ସେହେନାଇ ମଣ୍ଡପଠାରେ ଉଦାହରଣ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଂପାଦକ ବିମଳ ବିଶି ଏନେଇ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ସୁନ୍ଦରଗଡ ଜିଲ୍ଲାରେ ବିଗତ ଦିନରେ ସହିଦ ହୋଇଥିବା ସିଆର୍‌ପିଏଫ୍‌, ଓଏସ୍‌ଏପି, ସିଆଇଏସ୍‌ଏଫ୍‌ ଓ ଓଡ଼ିଶା ପୁଲିସର ୧୩ ଜଣ ପରିବାର ବର୍ଗଙ୍କୁ ସହିଦ ସମ୍ମାନ ସମାରୋହରେ ସମ୍ମାନିତ କରାଯିବ । ଏହି ସହିଦମାନେ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ତେବେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିନାହିଁ । ସରକାରଙ୍କ ବିଭିନ୍ନ ଯୋଜନାରୁ ସୁଫଳ ପାଇପାରି ନଥିବା ତଥା ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି । ଏହି କ୍ରମରେ ଉଦାହରଣ ଅନୁଷ୍ଠାନ ଜିଲ୍ଲାର ସିଆର୍‌ପିଏଫ୍‌ରୁ ୬, ଓଏସ୍‌ଏପିରୁ ୨, ସିଆଇଏସ୍‌ଏଫ୍‌ରୁ ୨ ଓ ଓଡିଶା ପୁଲିସରୁ ୩ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ସମ୍ମାନିତ କରିବ ବୋଲି କୁହାଯାଇଛି । ସହିଦ ହୋଇଥିବା ଯବାନ ମାନେ ହେଲେ ଅନିଲ ଟପ୍ପୋ, ଶିବ ମୁଣ୍ଡାରୀ, ବେଣୁଧର ନାୟକ, ରାଜଗାଙ୍ଗପୁରର ପ୍ରଦୀପ ପଣ୍ଡା ଓ ଫର୍ଟିଲାଇଜର ଅଂଚଳର ପ୍ରଦୀପ ପଣ୍ଡା, ଅମ୍ରିତ କୁମାର ତିର୍କୀ, ରବିନ ଏକ୍କା, ସୁଜିତ କୁମାର ମିଞ୍ଜ, ରାଜ କିଶୋର କୁଲୁ, ମହେନ୍ଦ୍ର ଧାରୁଆ, ଗୋପାଳ ମିଞ୍ଜ, ଲକ୍ଷ୍ମଣ କିଶାନ, ଅଶୋକ କୁମାର ମାଝୀ ପ୍ରମୁଖ । ଜିଲ୍ଲାରେ ଆର୍ମୀ ଓ ପାରା ମିଲିଟାରୀ ମିଶିଲେ ପ୍ରାୟ ୬୦ଜଣ ସହିଦ ହୋଇଛନ୍ତି ବୋଲି କୁହାଯାଉଥିଲେ ହେଁ ସେମାନଙ୍କ ପରିଚୟ ଓ ଠିକଣା ମିଳିଲେ ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାର ବର୍ଗଙ୍କୁ ସମ୍ମାନିତ କରାଯିବ ବୋଲି ଏହି ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଉଦାହରଣର ସଭାପତି ସିଆର୍‌ପିଏଫ୍‌ର ଡିଆଇଜି ଦୟାନିଧି ତନ୍ତୀ ଟ୍ରେନ୍ ବିଳମ୍ବ ଯୋଗୁଁ ପହଞ୍ଚି ପାରିନଥିଲେ ବି ବାର୍ତ୍ତା ପଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଙ୍କର ଜେନା, ସଙ୍କର୍ଷଣ ଜୟପୁରିଆ, ରୋହିତ ମହାନନ୍ଦିଆ, ସୁନିଲ୍ କୟାଲ ମଞ୍ଚାସୀନ ଥିବା ବେଳେ ପ୍ରଫେସର୍ ହୃଷିକେଶ ନାୟକ, ଦୁର୍ଗା ତନ୍ତୀ, କବି ନାୟକ, ବିଶ୍ୱଜିତ ଜେନା, ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ କୟାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.