centurian jitm

୬୨ ତମ ପୋଲିସ ସହିଦ ଦିବସ ପାଳିତ

nschool

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ସହରର ଋଷିକୂଲ୍ୟା ନଦୀ ନିକଟରେ ଅବସ୍ଥାପିତ ହୋଇଥିବା ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ବିଭିନ୍ନ ରାଜ୍ୟର ୩୭୭ ଜଣ ସହିଦ ଓ ଓଡ଼ିଶାର ୨୨ ଜଣ କରୋନା ଯୋଦ୍ଧା ପୋଲିସମାନଙ୍କ ନାମ ନେଇ ସେମାନଙ୍କ ପ୍ରତି ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କର୍ତ୍ତବ୍ୟ ପରାୟଣ ପୋଲିସ ବାହିନୀ ସମାଜର ଜାଗ୍ରତ ପ୍ରହରୀ ଭାବେ ନିଜ ଜୀବନଙ୍କୁ ଉସର୍ଗ କରି ସହିଦ ହୋଇଯାଇଥିବାରୁ ନିଜକୁ ଗର୍ବିତ ମନେ କରିବା ସହ ସେମାନେ ସବୁଦିନ ପାଇଁ ଜନ ମାନସରେ ଅମର ହୋଇ ରହିବେ ବୋଲି ଦୁର୍ଗପତି ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବାକୁ ଯାଇ ମାଓ ମୁକାବିଲା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍‌ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପୋଲିସ ବାହୀନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୋଲିସମାନଙ୍କୁ ଉଚ୍ଚ ପ୍ରଶଂସା କରିଥିବା ସନ୍ଦେଶ ବାର୍ତ୍ତାରେ ଦର୍ଶାଇଥିଲେ । ଏହି ଅବସରରେ ପ୍ୟାରେଡ଼ ମାଧ୍ୟମରେ ବାଟାଲିୟନ ସମସ୍ତ ହାବିଲଦାର, ସିପାହୀ ଓ ଓଡ୍ରାପ ଟିମ୍‌ ସହିଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସହିଦମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାଥନା କରାଯାଇଥିଲା । ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଅରୁଣ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ସୁବେଦାର କୃଷ୍ଣଚନ୍ଦ୍ର ବେହେରା, ବ୍ରହ୍ମାନନ୍ଦ ମଲ୍ଲିକ, ପ୍ରଫୁଲ କୁମାର ସେଠୀ, ଡେପୁଟି ସୁବେଦାର ନିରଞ୍ଜନ ପାଢ଼ୀ, ସରୋଜ କୁମାର ସାହୁ, ହାବିଲଦାର ଓ ସିପାହୀ ଶାଖା ସଂଘ ସଭାପତି ପ୍ରଭାକର ବେହେରା, ହାବିଲଦାର ସୁକାନ୍ତ କୁମାର ପଣ୍ଡା, ସିପାହୀ ଜଗନ୍ନାଥ ସେଠି ପ୍ରମୁଖ ଉପସ୍ଥିତ ରହି ସହିଦ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଟାଲିୟନ ସମସ୍ତ ହାବିଲଦାର, ସିପାହୀମାନେ ଉପସ୍ଥିତ ରହି ପ୍ୟାରେଡ଼ରେ ଭାଗନେଇ ଥିଲେ ।

Leave A Reply

Your email address will not be published.