
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ଟିକରବାଟି ଗ୍ରାମ ଠାରେ ମହିଳା କୁଡୁମୀ ସେନା ଓ କୁଡୁମୀ ଛାତ୍ର ସେନାର ମିଳିତ ଉଦ୍ୟମରେ ଲୋକନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ଜନସଭାର ଆୟାଜନ କରାଯାଇଥିଲା । ଏହି ସଭାରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଯୋଗଦାନ କରିଥିଲେ । ଏହି ସଭାରେ ଭାରତର ପ୍ରଥମ ସହିଦ୍ ସ୍ଵାଧୀନତା ସଂଗ୍ରାମୀ କ୍ରାନ୍ତିବୀର ରଘୁନାଥ ମାହାତୋଙ୍କର ଭୂମିକା ଓ ତାଙ୍କ ବଳିଦାନ ବାବଦରେ ବକ୍ତାମାନେ ଆଲୋକପାତ କରିଥିଲେ । ରଘୁନାଥ ମାହାତୋ ବର୍ତ୍ତମାନର ଝାଡଖଣ୍ଡ ରାଜ୍ୟର ସଢେଇକଳା ଖରସୁଆଁ ଜିଲ୍ଲାର ନମଡିହି
ବ୍ଲକର ଘୁଟିଡିହି ଠାରେ ୧୭୩୮ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କାଶୀନାଥ ମାହାତୋ (କୁଡୁମୀ ସର୍ଦ୍ଦାର) ଓ ତାଙ୍କ ମା କର୍ମୀ ମାହାତୋ ଗୃହିଣୀ ଥିଲେ । ସେ ଚୁଆଡ ବିଦ୍ରୋହର ମୁଖ୍ୟ ନାୟକ ଥିଲେ । ବ୍ରିଟିଶ ମାନେ ବକସାର୍ ଯୁଦ୍ଧରେ ଜୟଲାଭ କରିବା ପରେ ବ୍ରିଟିଶ ମାନେ ୧୭୬୫ ମସିହାରେ ବିହାର ଓ ବେଙ୍ଗଲ ଅଞ୍ଚଳରୁ ଟିକସ ଆଦାୟ କରିବାର ଅଧିକାର ପାଇଥିଲେ, କିନ୍ତୁ ସେତେବେଳେ ଲୋକମାନେ ଏହାର ଘୋର ବିରୋଧ କରିଥିଲେ, ଯାହା ଫଳରେ କିଛି ଜମିଦାର ସାଧାରଣ ଲୋକଙ୍କ ସପକ୍ଷରେ ଓ ବାକି ଜମିଦାର ବ୍ରିଟିଶଙ୍କ ସପକ୍ଷରେ ଗଲେ । ୧୭୬୯ ମସିହାରେ ରଘୁନାଥ ମାହାତୋ କୁଡୁମୀ ଜାତିର ଲୋକମାନଙ୍କୁ ଏକଜୁଟ କରି ବ୍ରିଟିଶ ମାନଙ୍କ ବିରୋଧରେ ବିଦ୍ରହୋ ପାଇଁ ନେତୃତ୍ୱ ନେଇଥିଲେ, ତାଙ୍କର ସ୍ଲୋଗାନ ଥିଲା “ଆପନା ଗାଁଓ ଆପନା ରାଜ ଦୂର ଖେଦ ବ୍ରିଟିଶ ରାଜ” ୧୭୭୮ ମସିହା ଏପ୍ରିଲ ୫ ତାରିଖରେ ରଘୁନାଥ ମାହାତୋ ଏବଂ ତାଙ୍କ ଅନୁଗାମୀମାନେ ବ୍ରିଟିଶ ମାନଙ୍କର ଗୋଳା ବାରୁଦ ବନ୍ଧୁକ ଲୁଟିବା ପାଇଁ ଏକ ଯୋଜନା କରିଥିଲେ, କିନ୍ତୁ ଏହି ଲୁଟରେ ସେମାନେ ସଫଳ ହେଇନଥିଲେ, ଇଂରେଜ ମାନଙ୍କ ସହିତ ଘମାଘୋଟ ଲଢେଇରେ ରଘୁନାଥ ମାହାତୋ ଓ ତାଙ୍କର କିଛି ସାଥୀମାନେ ପ୍ରାଣ ହରାଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କୁଡୁମୀ ମହିଳା ସେନାର ଦମୟନ୍ତୀ ମହାନ୍ତ, ଜୟନ୍ତୀ ମହାନ୍ତ, ପ୍ରତିଭା ମହାନ୍ତ, ପୂର୍ଣ୍ଣିମା ମହାନ୍ତ, ଡଲି ମହାନ୍ତ, ହିରମଣୀ ମହାନ୍ତ, ଭାରତୀ ମହାନ୍ତ, ମନୋରମା ମହାନ୍ତ, ଜୟନ୍ତୀ ମହାନ୍ତ, ସୁଜାତା ମହାନ୍ତ,ମାଳତୀ ମହାନ୍ତ, ସରସ୍ଵତୀ ମହାନ୍ତ ଓ କୁଡୁମୀ ଯୁବ ସେନାର ଲୋକନାଥ ମହାନ୍ତ, ବୁଲୁ ମହାନ୍ତ, ମହେଶ୍ୱର ମହାନ୍ତ, ମୋନୁ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଲିପୁନ୍ ମହାନ୍ତ, ସିପୁନ ମହାନ୍ତ, କାୟା ମହାନ୍ତ, ଝାଡେଶ୍ୱର୍ ମହାନ୍ତ ଯୋଗ ଦେଇଥିଲେ ।