ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ମଂଗଳବାର ଦିନ ଖଣ୍ଡହଥା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଲାଲଚାନ୍ଦ ଯାଦବ (ଡ଼ିଆଇଜି ଡ଼ିସି ସିଆର୍‌ପିଏଫ୍‌) ସମ୍ବଲପୁର ଏବଂ ସମ୍ମାନୀତ ଅତିଥି ଭାବରେ ଭଗବାନ ସାହୁ (ଏସି‌ଷ୍ଟା‌ଣ୍ଡ କମାଡେ଼ଣ୍ଟ) ଯୋଗ ଦେଇ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ହେଉଥିବା ରକ୍ତଦାନ ଶିବିରକୁ ଫିତାକାଟି ଉଦ୍ଘାଟନ କରିଥିଲେ । ଏହି ଶିବିରରୁ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୨୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସ୍ମୃତି ସଭାରେ ମୁଖ୍ୟବକ୍ତା ଭାବରେ ଅଶୋକ କୁମାର ପୁଝାରୀ ଯୋଗ ଦେଇଥିଲେ । ସ୍ମୃତି କମିଟିର ସଭାପତି ବିଦ୍ୟାଧର ଭୋଇ, ଶହିଦଙ୍କ ବଡଭାଇ ଉତ୍ତମ ଦାଶ ମଞ୍ଚାସୀନ ଥିଲେ । ସଂପାଦକ ରିଲୁ ଶତପଥି ବିବରଣୀ ପାଠ କରିଥିବା ବେଳେ ଅଶୋକ ସାହୁ ମଂଚ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ବାରା “ଶହୀଦ ସ୍ମରଣେ” ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ କୃତି ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ସୈନିକ ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ଏବଂ ସଂକଳ୍ପ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶହୀଦ ରଞ୍ଜନକୁ ନେଇ ଏକ ସୁନ୍ଦର ସଂଗୀତ ତିଆରି କରିଥିବା ପୁରା ଟିମଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ଏବଂ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଶୁଭେ‌ଚ୍ଛା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.