oom

ମୃତ ପ୍ରବାସୀ ଶ୍ରମିକ କେ. ସୀମା ରେଡିଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବାଲିବଗଡ ଗ୍ରାମର କେ. ସୀମା ରେଡି ଦୀର୍ଘ ବର୍ଷ ଧରି ସୁରତ ସହରରେ ରହି ସୁତାକଳରେ କାମ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ତେବେ ଗତ ୧୫.୦୯.୨୦୨୨ ଦିନ ବଜାରରୁ ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ସେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁବରଣ ଘଟିଥିଲା । ତେବେ ସୂଚନା ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାଶ୍ରମ କାର୍ଯ୍ୟାଳୟ ଛତ୍ରପୁରଙ୍କ ଜରିଆରେ ମୃତ ଦେହକୁ ସୁରତରୁ ନିଜ ଗ୍ରାମ ବାଲିବଗଡକୁ ଅଣାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଗାଁ ଲୋକଙ୍କ ସହଯୋଗ କ୍ରମେ ଶବ ସତ୍କାର କରାଯାଇଥିଲା । ତେବେ ମଙ୍ଗଳବାର ମୃତ ସୀମା ରେଡିଙ୍କ ପରିବାର ବର୍ଗ ଓ ଧର୍ମ ପତ୍ନୀଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେଡକ୍ରସ୍‌ ସଂସ୍ଥା ତରଫରୁ ପଚିଶି ହଜାର ଟଙ୍କା ଏବଂ ଶ୍ରମ କାର୍ଯ୍ୟାଳୟର ପ୍ରବାସୀ ଶ୍ରମିକ ସେଲ ତରଫରୁ କୋଡ଼ିଏ ହଜାର ଟଙ୍କା ସର୍ବମୋଟ ୪୫ ହଜାର ଟଙ୍କା ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗଇପାଇଙ୍କ ତତ୍ୱାବଧାନରେ ଶ୍ରମ ସହଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.