କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ୫ଟି ରାଜ୍ୟ ପାଇଁ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି

  • ୨୦୨୪ ମସିହାରେ ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲଙ୍ଗାନା ଓ ତ୍ରିପୁରାରେ ହୋଇଥିବା ବନ୍ୟା/ଆକସ୍ମିକ ବନ୍ୟା, ଭୂସ୍ଖଳନ ଓ ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏହି ପାଣ୍ଠି ଆବଣ୍ଟନ କରାଯିବ
  • ଓଡ଼ିଶାକୁ ପାଇବ ୨୫୫.୨୪ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଏହି ପାଞ୍ଚଟି ରାଜ୍ୟର ଲୋକଙ୍କୁ ସାହାଯ୍ୟ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି
  • ୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏସ୍‌ଡିଆର୍‌ଏଫ୍‌ ଅଧୀନରେ ୨୭ଟି ରାଜ୍ୟକୁ ୧୮,୩୨୨.୮୦ କୋଟି ଟଙ୍କା ଏବଂ ଏନ୍‌ଡିଆର୍‌ଏଫ୍‌ ଅଧୀନରେ ୧୮ଟି ରାଜ୍ୟକୁ ୪,୮୦୮.୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି (ଏଚ୍‌ଏଲ୍‌ସି) ୨୦୨୪ ବର୍ଷରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ ପାଞ୍ଚଟି ରାଜ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନ୍‌ଡିଆର୍‌ଏଫ୍‌) ଅଧୀନରେ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଏହି ପାଞ୍ଚଟି ରାଜ୍ୟର ଲୋକଙ୍କୁ ସାହାଯ୍ୟ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଉଚ୍ଚସ୍ତରୀୟ କମିଟି ଏନ୍‌ଡିଆର୍‌ଏଫ୍‌ ଅଧୀନରେ ପାଞ୍ଚଟି ରାଜ୍ୟକୁ ୧୫୫୪.୯୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି, ଯାହା କି ଚଳିତ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରେ ଉପଲବ୍ଧ ପ୍ରାରମ୍ଭିକ ରାଶିର ୫୦% ଆଡଜଷ୍ଟମେଣ୍ଟ ଅଧୀନରେ ରହିବ । ମୋଟ ୧୫୫୪.୯୯ କୋଟି ଟଙ୍କା ମଧ୍ୟରୁ ଆନ୍ଧ୍ରପ୍ରଦେଶ ପାଇଁ ୬୦୮.୦୮ କୋଟି ଟଙ୍କା, ନାଗାଲାଣ୍ଡ ପାଇଁ ୧୭୦.୯୯ କୋଟି ଟଙ୍କା, ଓଡ଼ିଶା ପାଇଁ ୨୫୫.୨୪ କୋଟି ଟଙ୍କା, ତେଲଙ୍ଗାନା ପାଇଁ ୨୩୧.୭୫ କୋଟି ଟଙ୍କା ଏବଂ ତ୍ରିପୁରା ପାଇଁ ୨୮୮.୯୩ କୋଟି ଟଙ୍କା ରହିଛି । ଏହି ଅତିରିକ୍ତ ସହାୟତା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ପାଣ୍ଠିଠାରୁ ଅଧିକ, ଯାହା ପୂର୍ବରୁ ରାଜ୍ୟମାନଙ୍କ ପାଇଁ ଉପଲବ୍ଧ ଅଛି । ୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏସ୍‌ଡିଆର୍‌ଏଫ୍‌ରୁ ୨୭ଟି ରାଜ୍ୟକୁ ୧୮,୩୨୨.୮୦ କୋଟି ଟଙ୍କା ଏବଂ ଏନ୍‌ଡିଆର୍‌ଏଫ୍‌ରୁ ୧୮ଟି ରାଜ୍ୟକୁ ୪,୮୦୮.୩୦ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌)ରୁ ୧୪ଟି ରାଜ୍ୟକୁ ୨,୨୦୮.୫୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଏମ୍‌ଏଫ୍‌)ରୁ ୮ଟି ରାଜ୍ୟକୁ ୭୧୯.୭୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଆନୁଷ୍ଠାନିକ ସ୍ମାରକପତ୍ର ପାଇବାକୁ ଅପେକ୍ଷା ନକରି ବିପର୍ଯ୍ୟୟ ପରେ ତୁରନ୍ତ ଏହି ରାଜ୍ୟଗୁଡ଼ିକୁ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ (ଆଇଏମସିଟି) ପଠାଇଥିଲେ ।

Leave A Reply

Your email address will not be published.