ppurohit

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସବୁ ବେଳେ ଗରିବ, ଦୁଃଖୀ ରଙ୍କିଙ୍କ ସେବାରେ ସମର୍ପିତ । ଅସହାୟ ପତ୍ର ତୋଳାଳି ମା’ ଭଉଣୀଙ୍କୁ ଆଜି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଛି । ସଭ୍ୟ ସନ୍ତୋଷ ପଟ୍ଟନାୟକ, ପାର୍ଥ କରଣ, ଅଜୟ ନାଗ, ଅକ୍ଷୟ ପୁଟେଲ, ଦେବରାଜ ମହାନନ୍ଦ, ସଞ୍ଜୟ ସାହୁ, ରଘୁନାଥ ବାଗ, ରାଜେଶ ଭୋଇ ପ୍ରମୁଖ କାମଖ୍ୟାନଗର ବାବାମଠ ନିକଟରେ ରହୁଥିବା ପତ୍ର ତୋଳାଳି ମାନଙ୍କ ପାଖକୁ ଯାଇ ରନ୍ଧନ ପାଇଁ ଶୁଖିଲା ଖାଦ୍ୟ ତଥା ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସ୍ଥାନୀୟ ଲୋକେ ସଂଗଠନକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.