jittmm
sonalika

ଟିଟିଲାଗଡ଼ର ସଫେଇ କର୍ମଚାରୀଙ୍କୁ ନେଇ ପ୍ରକୃତି ରକ୍ଷା ତରଫରୁ ହେଲଥ କ୍ୟାମ୍ପ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରକୃତି ରକ୍ଷା ଏନ୍‌ଜିଓ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସେବା କରାଯାଇଥାଏ । ଶନିବାର ଦିନ ସକାଳେ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ପ୍ରକୃତି ମିତ୍ର ସୋସିଆଲ ଅନୁଷ୍ଠାନ ପକ୍ଷରୁ ସଭାପତି ସାରଦା ରାଓଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ସହରର ସମସ୍ତ ସଫେଇ କର୍ମଚାରୀଙ୍କୁ ନେଇ ଏକ ହେଲଥ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପରେ ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ସେନାପତି ଏବଂ ଗୌରବ ପଣ୍ଡା ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିବା ବେଳେ ଆସିଥିବା ସମସ୍ତ ସଫେଇ କର୍ମଚାରୀଙ୍କ ବିପି, ଡାଇବେଟିସ, କୋଲେଷ୍ଟ୍ରୋଲ, କ୍ରେଟିନାଇନ, କାଲସିଅମ, ୟୁରିକ ଏସିଡ ଭଳି ଅନ୍ୟାନ୍ୟ ପରୀକ୍ଷଣ ସରକାରୀ ଡାକ୍ତରଖାନାର ଫାର୍ମାସିଷ୍ଟ ବିନୋଦ କୁମାର ସାହୁ, ଏମ୍‌ପିଏଚ୍‌ଏସ୍‌ ସୁଶାନ୍ତ ଦର୍ଜୀ, ଆଟେନଡାଣ୍ଟ ଘାସିରାମ ସାହୁ, ହେଲଥ ସୁପର ଭାଇଜର ଏସ୍‌. କେ ଦର୍ଜୀଙ୍କ ଦ୍ଵାରା ପରୀକ୍ଷଣ କରାଯାଇଥିଲା । ଏହି ଶିବିରକୁ ପରିଚାଳନା କରିବାରେ ପ୍ରକୃତି ରକ୍ଷା ଅନୁଷ୍ଠାନ ସମ୍ପାଦକ ବି. ଶ୍ରାବଣୀ, ସଦସ୍ୟ ରମ୍ଭାରାଣୀ ପାଣିଗ୍ରାହୀ, ମିନାକ୍ଷୀ ନାୟକ, ନିଲମ ଅଗ୍ରୱାଲ, ମିତା ପିତ୍ରୋଡା, ଜୟଶ୍ରୀ ମାରୁ, ୱାଇ. ଗଙ୍ଗା, ଭି ସ୍ଵପ୍ନା, ଏଲ୍‌. ଜୟାଲକ୍ଷ୍ମୀ, ପୁଷ୍କରିଣୀ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.