
ସିବିଏସ୍ଇ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓମ ଭ୍ୟାଲି ସ୍କୁଲର ସଫଳତା : ସମ୍ବର୍ଦ୍ଧନା ଜଣାଇଲେ ସ୍କୁଲ ଚେୟାରମେନ ଦୀପକ ସାହୁ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମଧ୍ୟ ବହୁତ ଭଲ ମାର୍କ ରଖିଛନ୍ତି । ଗୁରୁବାର ସକାଳେ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲ ଠାରେ ଚିଫ୍ ଏଡଭାଇଜର ଡ. ରବିନ ଚନ୍ଦ୍ର ପରିମାଣିକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓମ ଭ୍ୟାଲି ସ୍କୁଲର ଚେୟାରମେନ ଦୀପକ ସାହୁ, ଚିଫ୍ ଏଡଭାଇଜର ଡ. ରବିନ ଚନ୍ଦ୍ର ପରିମାଣିକ, କୋର୍ଡିନେଟର ନିଶି ବେରି, ଏକାଡେମୀକ ମୁଖ୍ୟ ସିଦ୍ଧାନ୍ତ ମିଶ୍ର ମଞ୍ଚାସିନ ଥିଲେ । ସଭା ପରିଚାଳନା କରିଥିଲେ ସିନିଅର କୋର୍ଡିନେଟର ସସ୍ମିତା ଦଳେଇ । ପ୍ରଥମେ ସମସ୍ତ କୃତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ମିଠା ଖୁଆଇ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷାରେ ଦ୍ଵାଦଶ ବିଜ୍ଞାନରେ ହିମାଂଶୁ ବେହେରା ୮୯ ପ୍ରତିଶତ ମାର୍କ ରଖିଥିବା ବେଳେ ଦ୍ଵାଦଶ ବାଣିଜ୍ୟ ପରୀକ୍ଷାରେ ୯୧.୬ ପ୍ରତିଶତ ମାର୍କ ରଖିଛନ୍ତି ଅଂଶୁମାନ ମହାନ୍ତି, ଦ୍ଵାଦଶ କଳା ପରୀକ୍ଷାରେ ପ୍ରତିଭା ତାଣ୍ଡି ୮୫.୪ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ପାଇଛନ୍ତି । ଏହି ଟପ୍ପର ହୋଇଥିବା ଛାତ୍ରଙ୍କୁ ଆଜି ସ୍କୁଲ ଚେୟାରମେନ ନିଜେ ସମ୍ବର୍ଦ୍ଧିତ କରିଥିଲେ । ଯେଉଁମାନେ ଓମ ଭ୍ୟାଲି ସ୍କୁଲରେ ପାଠ ପଢିବାକୁ ଇଚ୍ଛୁକ ତଥା ଯାହାର ଦଶମ ବୋର୍ଡ ପରୀକ୍ଷାରେ ୯୬ ପ୍ରତିଶତରୁ ଅଧିକ ମାର୍କ ଅକ୍ତିଆର କରିଥିବେ ସେମାନଙ୍କୁ ୧୦୦ ପ୍ରତିଶତ, ୯୦-୯୫ ପ୍ରତିଶତ ମାର୍କ ରଖିଥିଲେ ୭୫ ପ୍ରତିଶତ,୮୦-୮୯ ପ୍ରତିଶତ ମାର୍କ ରଖିଥିଲେ ୫୦ ପ୍ରତିଶତ ସ୍କୋଲାରସିପ୍ ଫିସ ଛାଡ କରାଯିବ ବୋଲି ଘୋଷଣା କରିଛନ୍ତି ଚେୟାରମେନ । ଏହା ସହ ମେଧାବୀ ଗରିବ ଛାତ୍ରଙ୍କୁ ନିଶୁଳ୍କ ପଢ଼ାଇବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।