jayashree

ସୋରଡ଼ାଥାନା ଅଧୀନରେ ଲୁଟତରାଜ ଗ୍ୟାଙ୍ଗଷ୍ଟାରଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଛି ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡ଼ାଥାନା ଅଧୀନରେ ବହୁ କେସ୍‌ରେ ଜଡ଼ିତ ଥିବା କୁଖ୍ୟାତ ଅପରାଧୀ ତିନିଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଆଇ.ପି.ସି. ଅସ୍ତ୍ରଶସ୍ତ୍ର ଆଇନ ବଳରେ ସେମାନଙ୍କୁ ଗିରଫ କରି ପୋଲିସ ଜେଲ୍‌କୁ ପଠାଇଛି । ଏହି ଗ୍ୟାଙ୍ଗଷ୍ଟାରଙ୍କ ଲୁଟତରାଜ, ରାସ୍ତାରେ ଅଟକାଇ ରାତ୍ରୀକାଳୀନ ଚୋରି କରିବା ଭଳି ବଡ଼ ବଡ଼ ଅପରାଧରେ ସମ୍ପୃକ୍ତ ଥିବା କୁହାଯାଏ । ଗିରଫ ଅପରାଧୀ ହେଲେ ସୁଧାଂଶୁ ଗୌଡ଼(୨୪), ସନାତନ ଗୌଡ଼(୨୩), ଉମାଚରଣ ଗୌଡ଼ (୨୩) । ଏମାନେ ସମସ୍ତେ ସୋରଡ଼ାଥାନା ଅଧୀନସ୍ଥ ଖାରିଆଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କଠାରୁ ୨୮୫ ଗ୍ରାମ ସ୍ୱର୍ଣ୍ଣ-ଅଳଙ୍କାର, ସର୍ବମୋଟ ୬୨ ହଜାର ୯୨୫ ଟଙ୍କା, ଦୁଇଟି ଖେଳଣା ବନ୍ଧୁକ, ଛଅଗୋଟିଏ ଛୁରୀ, ଚାରୋଟି ମୋବାଇଲ୍ ଫୋନ୍, ଟାଟା ଆଲଟ୍ରଜର ଗୋଟିଏ ଧଳା ରଙ୍ଗର କାର, ଗୋଟିଏ ଲାଲ୍ ରଙ୍ଗର ଗ୍ଲାମର ଆଦି ପୋଲିସ ଜବତ କରିଛି । ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ସୋରଡ଼ା ପୋଲିସଙ୍କ ସହ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଅନୁସନ୍ଧାନ ଜାରି ରଖିଥିଲା । ଏହି ଅପରାଧୀ ଗ୍ୟାଙ୍ଗଷ୍ଟାର ଲୋକଙ୍କୁ ଖେଳଣା ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ରାସ୍ତାରେ ଯାଉଥିବା ଗାଡ଼ି, ଯାନବାହାନ ଆଦିକୁ ଅଟକାଇ ଧମାକାଇ ଲୋକଙ୍କ ଠାରୁ ଲୁଟ କରୁଥିଲେ । ଏମାନେ ଦାରିଙ୍ଗିବାଡ଼ି ଘାଟି, ସୋରଡ଼ା, ଭଞ୍ଜନଗର ରାସ୍ତା, ଲାଠିପଡ଼ା ଆଦି ଅଞ୍ଚଳରେ ଏହି ଲୁଟତରାଜରେ ସମ୍ପୃକ୍ତି ଥିବା ପୋଲିସ କହିଛନ୍ତି । ଗତ ତା.୧୧/୬/୨୦୨୩ ରିଖ ସକାଳେ ସୋରଡ଼ା ଟାଉନ ମେଇନ ରୋଡ଼ ବାସିନ୍ଦା ଦୀନବନ୍ଧୁ ଚୌଧୂରୀଙ୍କ ଘର ଉପରେ ଏବଂ ଘର ତଳେ ଥିବା ତାଙ୍କର ଭେରାଇଟିଷ୍ଟୋର ଦୋକାନ ଗୃହରେ ସୁନା ଅଳଙ୍କାର ଓ ଟଙ୍କା ଆଦି ଲୁଟ୍‌ କରିଥିଲେ । ତାଙ୍କରି ଅଭିଯୋଗ କ୍ରମେ ଗଞ୍ଜାମ ପୋଲିସର ଏକ ଟିମ୍ ତଦନ୍ତ କରି ଚୋର ଦଳକୁ ଧରିବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.