jayashree

ଗାନ୍ଧିପାଠାଗାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ସ୍ଥିତ ଗାନ୍ଧୀପାଠାଗାରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରାତଃ ରାମଧୁନ ସହ ଜାତୀୟ ପତାକା ଉତ୍ତୋଳନ ପାଠାଗାରର ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାର କରିଥିଲେ ଏବଂ ପାଠାଗାର ସଭାପତି ପ୍ରକାଶ ନେପାକ, ସଂପାଦକ ପ୍ରଦୀପ ସାହୁ ପ୍ରମୁଖ ତଥା ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଦିବା ଘ.୧୦ରୁ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା, ସଂଗୀତ ପ୍ରତିଯୋଗିତା, ସୌଖୀନ ପୋଷାକ ଏବଂ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ କୃତି ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟସଭା ସାଦସ୍ୟ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟାପକ ପ୍ରହ୍ଲାଦ ଶତପଥି ଏବଂ ଅତିଥି ରୂପେ ପାଠାଗାରର ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାର, ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ପ୍ରମୁଖ ଯୋଗଦାନ କରିଥିଲେ । ପାଠାଗାରର ସଭାପତି ପ୍ରକାଶ ନେପାକ ସଭାପତିତ୍ୱ କରିଥିଲେ ଏବଂ ସ୍ୱାଗତ ଭାଷଣ ଦେବା ସହ ପାଠାଗାରର କାର୍ଯ୍ୟଶୈଳୀ ଉପରେ ସାମ୍ୟକ ବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶି ତାଙ୍କ ଭାଷଣରେ ପାଠାଗାରର ଭୂମିକାକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନେ ଏହିଭଳି ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରି ଅଧ୍ୟୟନରତ ରହିବାକୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ପ୍ରହ୍ଲାଦ ଶତପଥି ଏହି ପାଠାଗାର ଭବିଷ୍ୟତରେ ଆହୁରି ଅଧିକ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜନ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ପାଠାଗାର ଉପ-ସଭାପତି ସନ୍ତକ ବହିଦାର ମଧ୍ୟ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପାଠାଗାର ସଂପାଦକ ପ୍ରଦିପ ସାହୁ ଏହି ଉତ୍ସବରେ ଯୋଗଦାନ କରିଥିବା ମୁଖ୍ୟ ଅତିଥି ନିରଞ୍ଜନ ବିଶିଙ୍କୁ ଧନ୍ୟବାଦ ଦେବା ସହ ପାଠାଗାରର ନିଜସ୍ୱ ଜମି ପାଇଁ ଅନୁରୋଧ କରିଥିଲେ । ସମସ୍ତ ଅତିଥି, ବିଚାରକ, ଛାତ୍ର ଛାତ୍ରି ତଥା ପାଠାଗାର ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ପାଠାଗାର ସହ ସଂପାଦକ ଜିତେନ୍ଦ୍ର ନାଗ, ବରିଷ୍ଠ ସଭ୍ୟ ସଂଗ୍ରାମ ବହିଦାର, ରାଜେନ୍ଦ୍ର ମିଶ୍ର, ଅବୁଦୁଲ ରଜାକ, ମଧୁସୁଦନ ନାଏକ, ଅଶୋକ ରାଉତ, ଅଜିତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.