ସାଲେଭଟା ପ୍ରାଥମିକ ବିଦ୍ୟାଳୟ ତରଫରୁ ଜାତୀୟ ସଡକ ସୁରକ୍ଷା ସଚେତନତା ମାସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ମାନବ ଜୀବନ ଆଜିର ଦିନରେ କରୋନାରେ ଭୟତ୍ରସ୍ତ । କରୋନା ଯୋଗୁଁ ଆମ ଦିନଚର୍ୟ୍ୟା ବେଶ ପ୍ରଭାବିତ । ଲକ୍ଷ୍ୟାଧିକ ବ୍ୟକ୍ତି ଆମ ଗହଣରେ ଆଉ ନାହାନ୍ତି । ଏଥିରେ ମର୍ମ୍ମାହତ । କିନ୍ତୁ ଚିରାଚରିତ ଭାବରେ ସଡକ ଦୁର୍ଘଟଣାରେ କେତେ ଯେ ପ୍ରାଣ ଚାଲିଯାଉଛି ସେକଥାକୁ ଆମେ ଭୁଲିଯାଉଛେ । ଏହି ଉଦ୍ଦେଶ୍ୟରେ ଆଜି ବୁଧବାର ଦିନ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ତରଫରୁ ଏକ ସଡକ ସଚେତନତା କାର୍ୟ୍ୟକ୍ରମ ପାଳିତ ହୋଇଯାଇଅଛି ।

ଏ ବର୍ଷର ଥିମ ‘ସଡକ ସୁରକ୍ଷା, ଜୀବନ ରକ୍ଷା’ ପ୍ରାସଙ୍ଗିକତାକୁ ମନେ ପକାଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କମିଟି ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହିତ ସ୍ଲୋଗାନ ଦେଇ ସାଲେଭଟା ଦେଇ ଯାଇଥିବା ବରଗଡ ବୋରିଗୁମ୍ମା ୨୬ ନଂ ଜାତୀୟ ରାଜପଥରେ ବିଭିନ୍ନ ବର୍ଗର ଯାତାୟତ କରୁଥିବା ପଥଚାରୀ, ଗାଡି ଡ୍ରାଇଭରମାନଙ୍କୁ ସଚେତନ କରିଥିଲେ । ହେଲମେଟ ପିନ୍ଧି ଦୁଇ ଚକିଆ ଯାନ ଓ ସିଟ ବ୍ୟାଲଟ ପିନ୍ଧି ଚାରି ଚକିଆ ଚଲାଉଥିବା ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୂର୍ୟ୍ୟୋଧନ ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା କାର୍ୟ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ କୃଷ୍ଣ ପ୍ରସାଦ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ପ୍ରମେୟ ଆଗଲପୁର ବ୍ଲକ ପ୍ରତିନିଧି ବିରଜା ନନ୍ଦ ପାଢୀ, ୱାର୍ଡ ସଭ୍ୟା ମୀରା ଷାଣ୍ଡ, ସିଆରସିସି ସଦାନନ୍ଦ ଭୁଏ, ସ୍କୁଲ ସଭାପତି ରୁଦ୍ର ମେହେର ପ୍ରମୁଖ ଯୋଗଦେଇ ଥିଲେ । ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ସ୍ୱାଗତ ଅଭିଭାଷଣ ଦେଇଥିଲେ । କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ନରୋତ୍ତମ ପାଣିଗ୍ରାହି, ନେତ୍ରାନନ୍ଦ ସାହୁ, ଗୋବିନ୍ଦ ସାହୁ, ଶିକ୍ଷୟତ୍ରୀ ମନ୍ଦାକିନୀ ପଧାନ, ଲୁନାରାଣୀ ପରିଡା, ଅଙ୍ଗନୱାଡି କର୍ମୀ ବିନୟା ସାହୁ, ଲିଲୀ ରଣା, ସ୍କୁଲ ସଭ୍ୟ ଟୀମା ମେହେର, ବନୀତା ଗୁରୁ, ବିପ୍ର ଷାଣ୍ଡ, ଜୟକୃଷ୍ଣ ଦିଶ୍ରି, କୁନ୍ତି ମଟାରୀ, ସାଲେଭଟା ଫାଣ୍ଡି ପୋଲିସ କର୍ମଚାରୀମାନେ କାର୍ୟ୍ୟକ୍ରମରେ ସହ ଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଧରିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.