ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କୀତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସହରର ଆମ୍ବାଗାନ ଛକ ନିକଟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାଉରକେଲା ପରିବହନ କାର୍ଯ୍ୟଳୟ ଓ ଟ୍ରାଫିକ୍‌ ପୋଲିସର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ବରାଜ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶାରଳା ପରିବାରର ସଭାପତି ପ୍ରଭାତ କିଶୋର ସ୍ବାଇଁଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ ଆବାହକତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କୀତ ବିଭିନ୍ନ ସଚେତନତା ବାର୍ତ୍ତା ଓ ସୂଚନା ଯାନବାହାନ ଚାଳକମାନଙ୍କୁ ଦିଆଯାଇଥିଲା । ଏହା ସହିତ ଏକ ଶୋଭାଯାତ୍ରା ଆମ୍ବାଗାନ ଛକରୁ ବାହାରି ଆଇଜିଏଚ୍‌ ନିକଟସ୍ଥ ନିର୍ମଳ ମୁଣ୍ଡା ମାର୍କେଟ ଦେଇ ଆମ୍ବାଗାନ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କୀତ ବିଭିନ୍ନ ସୂଚନା ଓ ବାର୍ତ୍ତା ଦିଆଯାଇ ଯାନବାହାନ ଚାଳକମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ରାଉରକେଲା ଟ୍ରାଫିକ୍‌ ପୋଲିସ, ରାଉରକେଲା ପୋଲିସ ସମେତ ସେକ୍ଟର-୧୯ ଥାନାର ଅଧିକାରୀ ଓ ପୋଲିସ କର୍ମୀମାନେ ସାମିଲ ହୋଇଥିଲେ । ପ୍ରତି ୧୫ ଦିନରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ମୋଟର ଯାନ ନିରିକ୍ଷକ ପର୍ଶୁରାମ ସାହୁ, କନିଷ୍ଠ ନିରିକ୍ଷକ ସାବିତ୍ରୀ ହେମ୍ଭ୍ରମ, ରାଉରକେଲା ପୁଲିସ୍, ଶାରଳା ପରିବାରର ସଦସ୍ୟ ସର୍ବଶ୍ରୀ ଜ୍ୟୋତିର୍ମୟ ଆଚାର୍ଯ୍ୟ, ବାଇଧର ପ୍ରଧାନ, ସୁଶାନ୍ତ ରାଉତ, ରାଧାଶ୍ୟାମ ନାୟକ, ପବିତ୍ର ମୋହନ ପରିଡା, ଟିକମ ନାୟକ, ଦୀପକ ଦାସ, ପ୍ରଫୁଲ୍ଲ ଭୋଇ, ପ୍ରସନ୍ନ କୁମାର ମଜୁମଦାର, ସଂଘମିତ୍ରା ସୂତାର, ଅକ୍ଷୟ ପଣ୍ଡା, ପଞ୍ଚାନନ ପରିଡା, ସୁଧୀର ସାହୁ ଓ କବିନ୍ଦ୍ର ସ୍ବାଇଁଙ୍କ ନେତୃତ୍ଵରେ ସଦସ୍ୟ ଗଣ କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.