ତାଳସଡ଼ାରେ ବାଇକ୍‌କୁ ପିଟିଲା ଟ୍ରକ : ୨ ମୃତ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳସରଡ଼ା ନିକଟରେ ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅୁସାରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଉଁଶୁଣି ଥାନା ତାଳସରଡ଼ା ନିକଟରେ କେଶବ ପେରା ନାମକ ବ୍ୟକ୍ତି ଓ ତାଙ୍କ ସମୁଦୁଣୀ ଋକ୍ମଣି ରଣବିଡ଼ାଙ୍କୁ ବାଇକରେ ବସାଇ ସୋନପୁର ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ କେଶବଙ୍କ ବାଇକକୁ ଧକ୍କା ଦେଇଥିବା ଯୋଗୁଁ ଘଟଣାସ୍ଥଳରେ ଦୁହିିଁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ପାଇ ମୃତକଙ୍କ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକ ଡ୍ରାଇଭରକୁ ମାଡ଼ ମାରୁଥିବା ବେଳେ ବାଉଁଶୁଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରକୁ ବଞ୍ଚାଇବାକୁ ଚେଷ୍ଟା କରିବା ଯୋଗୁଁ ଲୋକଙ୍କ ସହିତ ପୋଲିସର ଧସ୍ତାଧସ୍ତି ଓ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଶବ ରଖି ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.