ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଠାରେ ମୋଟରସାଇକେଲ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କର ମୁଣ୍ଡଟି ଫାଟି ଯାଇଥିଲା ତାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି । ବାଇକ ଚାଳକ ଜଣଙ୍କ ଉଙ୍ଗା ପଡିଆମୀ ଧଙ୍ଗଦାଡ଼ାବାଟା ଗ୍ରାମର ବୋଲି ଦୁର୍ଘଟଣାସ୍ଥଳରେ ଥିବା ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଜଣାପଡିଛି ଆଜି ଶୁକ୍ରବାର ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି ଗାଡି ନଂ ଓଡି୩୦୫୬୬୯ । ଦୁର୍ଘଟଣାର କାରଣ ସ୍ୱଷ୍ଟ ଭାବେ ଜଣାପଡ଼ି ନଥିଲେ ମଧ୍ୟ ବାଇକ ଚାଳକ ସଜ୍ଞାହୀନ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିରହିଥିଲା । ସ୍ଥାନୀୟ ଯୁବକମାନେ ବାଇକ ଚାଳକଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ ଏବଂ ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ଆସି ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡ଼ାକ୍ତରଖାନାକୁ ନେଇଥିଲେ । ଏହାପରେ ସେମାନେ ଘଟଣା ସମ୍ପର୍କରେ ପୁଲିସକୁ ଖବର ପଠାଇଥିଲେ ପୁଲିସ ଘଟଣାସ୍ଥଳରୁ ବାଇକ ଜବତ କରିଛନ୍ତି ।

Leave A Reply

Your email address will not be published.