oom

ବଲାଙ୍ଗିର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପୋକ୍ସୋ ଆଇନ ସଂପର୍କିତ ଆଇନ ସଚେତନତା ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଶ୍ରୀ ମହାପାତ୍ର ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ସେ ପୋକ୍ସୋ ଆଇନ ସଂପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଯେପରିକି ବର୍ତ୍ତମାନ ସମୟରେ ପକ୍ସୋ ଅପରାଧରେ ଗିରଫ ହେଉଥିବା ଅପରାଧୀ ଉପଯୁକ୍ତ ଦଣ୍ଡବିଧାନ ନିମନ୍ତେ ବିଭିନ୍ନ ବିଭାଗର ଉତ୍ତରଦାୟିତ୍ୱ ସଂପର୍କରେ ଅବଗତ କରାଇବା ସହ ସେମାନଙ୍କୁ ଏଭଳି ଅପରାଧୀକୁ କିଭଳି କଠୋର ଦଣ୍ଡ ପ୍ରଦାନ କରାଯାଇପାରିବ, ସେଥି ନିମନ୍ତେ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ । ଏହା ସହିତ ପୋକ୍ସୋ ସଂପର୍କିତ ବିଭିନ୍ନ ଆଇନ ସଂବନ୍ଧରେ ଉପସ୍ଥିତ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସାବଲୀଳ ଢଙ୍ଗରେ ଅବଗତ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ସେଠୀ ଛୋଟ ଛୋଟ ପିଲାମାନେ କିଭଳି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାର ଉପସ୍ଥାପନା କରାଇବା ସହ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ସଚେତନ କରାଇବା ପାଇଁ ନିଆଯାଉଥିବା ବିଭିନ୍ନ ପ୍ରୟାସ ସଂପର୍କରେ ଆଲୋକପାତ କରିଥିଲେ । ଏହାପରେ ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ପ୍ରାଧିକରଣ ଦ୍ୱାରା ପ୍ରଚଳିତ ବିିଭିନ୍ନ ମାଗଣା ଆଇନ ସେବା ସଂପର୍କରେ ଆଲୋକପାତ କରିଥିଲେ, ଯେପରିକି ମାଗଣା ଓକିଲ ନିଯୁକ୍ତି, ରାଷ୍ଟ୍ରୀୟ ଲୋକଅଦାଲତ, ପୀଡ଼ିତା ସହାୟତା ରାଶି ଏହା ସହିତ ମଧ୍ୟସ୍ଥତା ମାଧ୍ୟମରେ କିଭଳି ଅଦାଲତର ବିନା ସମସ୍ୟା ସମାଧାନ କରାଯାଇ ପାରୁଛି, ତାହା ମଧ୍ୟ ବର୍ଣ୍ଣନା କରିଥିଲେ ।

jittmm
Leave A Reply

Your email address will not be published.