ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନଳିନୀ ଛକ ଠାରେ ସାଇବର ସଚେତନତା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗଦେଇ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ । ଆଜି ଠାରୁ ଆସନ୍ତା ୧୭ ତାରିଖ ଯାଏ ଏହି ସଚେତନତା ରଥ ପ୍ରତି ବ୍ଲକ ଓ ପଞ୍ଚାୟତକୁ ଯାଇ ଲୋକଙ୍କୁ ସଚେତନ କରିବ । ଏହି ଅବସରରେ ନଳିନୀ ଛକ ଠାରୁ ୱାକାଥନ ଶୋଭାଯାତ୍ରା ଆରମ୍ଭ ହୋଇ ସୋନପୁର ବସଷ୍ଟାଣ୍ଡ, ମଝିପଡା, ଆମ୍ବେଦକର ଛକ ଦେଇ ରୟାଲ ପଡିଆ ଯାଏ ପ୍ରାୟ ୪ କିଲୋମିଟର ଅନୁଷ୍ଠିତ କରଯାଇଥିଲା । ଶେଷରେ ରୟାଲ ପଡିଆ ଠାରେ ଏକ ସଚେତନତା ସଭା ଆୟୋଜନ କରଯାଇଥିଲା । ସେହି ସଭାରେ ଏସ୍ପି ନାରାୟଣ ନାୟକ ଏବଂ ଅତିରିକ୍ତ ଲିଲ୍ଲାପାଳ ଅଞ୍ଜଳିନା ପଧାନ ଉପସ୍ଥିତ ଥିବାବେଳେ କଲେଜ ଛାତ୍ରଛାତ୍ରୀ, ଜିଲ୍ଲାର ବରିଷ୍ଠ ନାଗରିକ ଓ ପୁଲିସ କର୍ମଚାରୀଙ୍କୁ ସାଇବର ଠକେଇରୁ ନିଜକୁ ଦୂରେଇ ରଖିବାକୁ ଓ ପୁରା ସାବଧାନ ହୋଇ ନିଜରର କଷ୍ଟ ଲବ୍ଧ ଅର୍ଥକୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍ପି, ଏଡିଏମ୍ଙ୍କ ସମେତ ଅତିରିକ୍ତ ଏସ୍ପି କେ. ହରି ପ୍ରସାଦ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଡିଏସ୍ପି ରେଣୁକା ସୁନା, ଚନ୍ଦ୍ର ଶେଖର ସବର, ପ୍ରତାପ କୁମାର ରଣା, ବୈକୁଣ୍ଠ ବିହାରୀ ଶେଠ, ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୋନପୁର ଥାନା ଅଧିକାରୀ ତାପସ କୁମାର ଭୋଇ, ପୋଲିସ୍ ଆରଆଇ କାହ୍ନୁ ଚରଣ ମାରାଣ୍ଡି, ହୋମଗାର୍ଡ ଆର୍ଆଇ ଭକ୍ତବନ୍ଧୁ ସେଠ, ପୋଲିସ୍ ଏସ୍ଆଇ (ଆର୍ମ୍ସ) ନୀଳକଣ୍ଠ କହଁର ପ୍ରମୁଖ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ସୋନପୁର କଲେଜ ଏନ୍ସିସି, ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ, ଅଦିତି କଲେଜ, ସୁକାନ୍ତି ଇଣ୍ଟର ନେସନାଲ ସ୍କୁଲ, କୋଶଳ ହାଇସ୍କୁଲ୍, ସାହାରା ହାଇସ୍କୁଲ୍, ମହାରାଜା ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରମୁଖ ସହରର ବହୁ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ମିଡ଼ିଆ ଓ ବୁଦ୍ଧିଜିବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ସୁବର୍ଣ୍ଣପୁର ପୋଲିସ ତରଫରୁ ସହରବାସୀଙ୍କୁ ସାଇବର ସଚେତନତା ସ୍ଲୋଗାନ ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା କରଯାଇଥିଲା ।