jayashree

ଲୋଇସିଂହାରେ ପହଞ୍ଚିଲା ସାଇବର ସୁରକ୍ଷା ରଥ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରୁ ବାହାରିଥିବା ସାଇବର ସୁରକ୍ଷା ରଥ ମଙ୍ଗଳବାର ଲୋଇସିଂହାରେ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି । ସାଇବର ରଥକୁ ଆଜି ଲୋଇସିଂହା ପୋଲିସ ଥାନା ପରିସରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅଭିଯାନରେ ଲୋଇସିଂହା ଥାନା ଅଧୀନ ବିଭିନ୍ନ ଗ୍ରାମରୁ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟତିରାଜ ପ୍ରମୁଖ ବିଭାଗ ସମେତ ସାଧାରଣ ଜନତା ଯୋଗ ଦେଇଥିଲେ । ସାଇବର ସୁରକ୍ଷା ପାଇଁ ସାଇବର ମାସ୍କଟ ସାଇରା ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ବୁଲି ସାଇବର ସୁରକ୍ଷା ବାର୍ତ୍ତା ପ୍ରଦାନ କରିବ । ଲୋକମାନଙ୍କୁ ସଚେତନ କରିବା ପାଇଁ ଗୋଟିଏ ସାଇବର ଥିମ ଗୀତ ତିଆରି ହୋଇଛି ଯାହା ଲୋକମାନକୁ ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଛି । ଏହି ଅବସରରେ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସୁରକ୍ଷିତ ସୁସ୍ଥ ସମାଜ ଗଠନ କରିବା ଏବଂ ଲୋକମାନଙ୍କୁ ସାଇବର ଠକେଇରୁ ବଞ୍ଚାଇବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ଯଦି କେହି ସାଇବର ଠକେଇର ଶିକାର ହେଉଛନ୍ତି ତେବେ ତୁରନ୍ତ ୧୯୩୦ରେ ଫୋନ କରିବା ପାଇଁ ପରାମର୍ଶ ଦିଆଯାଇଛି । ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ନାଏକଙ୍କ ତତ୍ତ୍ଵାବଧାନରେ ସାଇବର ଥାନାର ଭାରତୀ ନାଏକ, ଅବିନାଶ ନାଏକ, ଜ୍ୟୋତ୍ସ୍ନାମୟୀ ବେହେରା, ଲୋଇସିଂହା ଥାନା ଆଇଆଇସି ଯଜ୍ଞାସେନୀ ନାୟକଙ୍କ ସମେତ ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.