oom

ସକ୍ରିୟ ଯକ୍ଷ୍ମାରୋଗ ଚିହ୍ନଟୀକରଣ ପାଇଁ ସଚେତନତା ରଥ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ସକ୍ରିୟ ଯକ୍ଷ୍ମାରୋଗ ଚିହ୍ନଟୀକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିପିଏମ ଅଶୋକ ମିଶ୍ର, ଆକାଉଣ୍ଟ୍ ମେନେଜର ସୁଜିତ କୁମାର ସାହୁ, ଆୟୁଷ ଡାକ୍ତର ପ୍ରମୋଦ କୁମାର ମେହେର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ଏଲଏଚଭି ଏଡିଥ୍ ଖାଲକୋ ଏବଂ ଡାକ୍ତରଖାନା କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ରଥ ଆଗାମୀ ଦୁଇ ଦିନ ଯାଏଁ ସୋନପୁର ବ୍ଲକ ଅଞ୍ଚଳରେ ବୁଲି ସଚେତନତା ବାର୍ତ୍ତା ପ୍ରଚାର କରିବ ।

jittmm
Leave A Reply

Your email address will not be published.