om academy

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରାପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଅବନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିକଳ୍ପ ସମାଧାନ କେନ୍ଦ୍ର, ବଲାଙ୍ଗିରର ସଭାଗୃହ ଠାରେ ଅନ୍‌ଲାଇନ୍‌ ମାଧ୍ୟମରେ ବିଶ୍ୱପରିବେଶ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଭିଲ୍‌ ଜଜ (କନିଷ୍ଠ ବିଭାଗ) ଶ୍ରୀମତୀ ସସ୍ମିତା ସେଠୀ ଏବଂ ଉପଖଣ୍ଡ ବନାଧିକାରୀ ସମୀର ରଂଜନ ଶତପଥି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ବିଶ୍ୱ ପରିବେଶ ଦିବସର ତାତ୍ପର୍ଯ୍ୟ, ପରିବେଶ ଦିବସର ବାତ୍ତା ରୂପେ ‘ପରିବେଶ ତନ୍ତ୍ରର ପୁନରୁଦ୍ଧାର’ ଏବଂ ବିଭିନ୍ନ ପରିବେଶ ସୁରକ୍ଷା ସମ୍ପର୍କିତ ଅଧିନିୟମ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହା ସହିତ ପ୍ରାଧିକରଣ ଦ୍ୱାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ଯେପରି କି ଭିସିଏ, ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ, ଲୋକ ଅଦାଲତ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀ ଠାରୁ କିପରି ସୁରକ୍ଷିତ ରହିବା ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ବନଖଣ୍ଡାଧିକାରୀ ସମୀର ରଂଜନ ଶତପଥି ବିଶ୍ୱ ପାଇଁ ବୃକ୍ଷର ଆବଶ୍ୟକତ, ପରିବେଶର ସନ୍ତୁଳିତ କିପରି ରଖାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ ସିଭିଲ୍‌ ଜଜ୍‌ (କନିଷ୍ଠ ବିଭାଗ) ଶ୍ରୀମତୀ ସସ୍ମିତା ସେଠୀ ପରିବେଶ ସନ୍ତୁଳନରେ ବ୍ୟାଘାତ ସାରା ପୃଥିବୀ ପ୍ରତି ପକାଉଥିବା ବିଭିନ୍ନ ବପତ୍ତି ସମ୍ପର୍କରେ ଆଲୋଚନା କରିବା ସହ ଏଥିରୁ କିପରି ପରିବେଶକୁ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହ ବିଭିନ୍ନ ପରିବେଶ ଅଧିନିୟମ ସମ୍ପର୍କରେ ଅବଗତ କରାଇଥିଲେ ।

Leave A Reply

Your email address will not be published.