lika

ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସଚେତନତା

gbag

ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ବନାଞ୍ଚଳ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସଚେତନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛଞ୍ଚନବାହାଲି, ଦୁଡୁମଦର୍ହା, ସିନ୍ଧବାହାଲି, କର୍ଲାମାଲ, ଗୁଣ୍ଡୁରୁପାଲି, ଝାଲବାହାଲ ପ୍ରମୁଖ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ହରିଶଙ୍କର ବନପାଲ, ସନ୍ଧ୍ୟାରାଣୀ ସେଠ, ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା, ରେଙ୍ଗାଲି ବନପାଳ ଘାସିରାମ ଦୀକ୍ଷିତ, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ, ବନରକ୍ଷୀ ସଞ୍ଜୀବ ପ୍ରଧାନ, ଆମ ଜଙ୍ଗଲ ଯୋଜନାର ତହସିଲ ବାଗ ସମେତ ବନବିଭାଗ କର୍ମଚାରୀ, ଅଗ୍ନି ନିର୍ବାପକ ସ୍କ୍ୱାର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.