ମାନବ ଏବଂ ଶିଶୁ ଚାଳାଣ ଉପରେ ସଚେତନା କାର୍ଯ୍ୟକ୍ରମ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଆଜି ଖପ୍ରାଖୋଲ ବ୍ଲକ ଅଫିସ ମିଟିଙ୍ଗ ଗୃହରେ ଶିଶୁ ଚାଳାଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାନନୀୟ ଖପ୍ରାଖୋଲ ବି.ଡି.ଓ. ରଶ୍ମି ରଂଜନ ରାଉତ, ଖପ୍ରାଖୋଲ ପୋଲିସ ଜୟ ଶଙ୍କର, ଶିଶୁ ମଙ୍ଗଳ ସମିତି ସଦସ୍ୟା ଶ୍ରୀମତୀ ସୁନିତା ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ମିନିକେତନ ବରିହା, ଆର.ପି.ଏଫ. ଥାନା ଅଧିକାରୀ ଏମ୍‌.ଜି ରମନ, ପାଟଣାଗଡ ଚାଇଲଡ୍‌ ଲାଇନ୍‌ ଟିମ୍‌ ଲିଡର ରଶ୍ମି ନାୟକ ଏବଂ ଆଡ଼.ଏଟ.ଏକ୍ସନର ପ୍ରୋଗ୍ରାମ ମ୍ୟାନେଜେର ସରୋଜ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଏହି ବୈଠକରେ ଯୋଗ ଦେଇଥିଲେ । ଏହା ଛଡା ବେଲପଡା, ଖପ୍ରାଖୋଲ ଏବଂ ପାଟଣାଗଡ ସି.ଡି.ପି.ଓ. ତଥା ଖପ୍ରାଖୋଲ ଅନ୍ତର୍ଗତ ସରପଞ୍ଚ ଏହି ବୈଠକରେ ଯୋଗ ଦେଇଥିଲେ । ପିଲାମାନଙ୍କର ଅସୁରକ୍ଷିତତା, ଶିଶୁ ଚାଳାଣ ତଥା ଅନ୍ୟାନ୍ୟ ଶିଶୁ ସମସ୍ୟାକୁ କିପରି ଭାବରେ ରୋକା ଯାଇନାରିବ ଏହି ବୈଠକର ମୁଖ୍ୟ ଉଦେଶ୍ୟ ଥିଲା । ବି.ଡି.ଓ. ରଶ୍ମି ରଂଜନ ରାଉତ ବ୍ଲକରେ ହେଉଥିବା ଶିଶୁ ସମସ୍ୟା ବିଷୟରେ ଚର୍ଚା କରିଥିଲେ ଏବଂ ତାଙ୍କ ଦ୍ଵାରା ବ୍ଲକରେ ନିଆଯାଇଥିବା ପଦକ୍ଷେପମାନଙ୍କ ବିଷୟରେ ମଧ୍ୟ ଚର୍ଚା କରିଥିଲେ । ଶିଶୁ ସମସ୍ୟାକୁ ଗୁରୁତ୍ୱ ଦେଇ ଖପ୍ରାଖୋଲ ବ୍ଲକର ୫ଟି ସ୍କୁଲରେ ହେଉଥିବା କାନ୍ଥ ଚିତ୍ରଣ ଉପରେ ଆଲୋକପାତ କରି ସରପଞ୍ଚ ମାନଙ୍କର ସହଭାଗୀତାରେ ଗ୍ରାମ ସ୍ତରରେ ଶିଶୁ ଚାଳାଣ, ବାଲ୍ୟ ବିବାହ, ଶିଶୁ ଶ୍ରମିକ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ଆଡ଼.ଏଟ.ଏକ୍ସନର ପ୍ରୋଗ୍ରାମ ମ୍ୟାନେଜେର ସରୋଜ କୁମାର ବାରିକ ଦାଦନ ଶ୍ରମିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ଅସହାୟତା ଆକଳନ ଓ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ ଏବଂ ଭବିଷ୍ୟତରେ ଜିଲ୍ଲା ତଥା ବ୍ଲକରେ ଏହି ସମସ୍ୟାକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ତାଙ୍କର ଗୁରୁତ୍ୱପୁର୍ନ ବ୍ୟକ୍ତିତ୍ୱ ପ୍ରଦାନ କରିଥିଲେ ।
• ଅଦ୍ବିକାରେ ବାଲ୍ୟ ବିବାହ ବିରୁଦ୍ଧରେ କିଶୋରୀ ବାଳିକା ମାନଙ୍କୁ ସମବେଦନାଶୀଳ ବୈଠକ କରିବା
• ବିଦ୍ୟାଳୟରେ ନିୟମିତ ବ୍ୟବଧାନରେ ଶିଶୁ ବିବାହ ରୋକିବା ଉପରେ ସମ୍ବେଦଶୀଳ ବୈଠକ କରିବା
• ଖପ୍ରାଖୋଲ ବ୍ଲକ ଋତୁକାଳୀନ ଆବାସିକ କେନ୍ଦ୍ର ଖୋଲିବା ଉପରେ ଧ୍ୟାନ ଦେବା ଏବଂ ପ୍ରବାସ ପରିବାର ମାନଙ୍କୁ ସେମାଙ୍କର ପିଲା ମାନଙ୍କୁ ଆବାସିକ କେନ୍ଦ୍ରରେ ରଖିବାକୁ ପରାମର୍ଶ ଦେବା, ସେମାନଙ୍କୁ ଶିଶୁ ଶ୍ରମିକରୁ ନିବୃତ କରିବା
• ବିଦ୍ୟାଳୟରେ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କର ପୁନଃ ନାମ ଲେଖାଇବାକୁ ନେଇ ସରପଞ୍ଚଙ୍କର ପ୍ରତିନିଧିତ୍ୱ
• ଜିପିସିପିସି ଏବଂ ଭିଏଲ୍‌ସିପିସିର ଦକ୍ଷତା ବୃଦ୍ଧି ଏବଂ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା ପାଇଁ ନିୟମିତ ବ୍ୟବଧାନରେ ବୈଠକ
• ପିଲାମାନଙ୍କର ସୁରକ୍ଷା ଏବଂ ଥଇଥାନ ତଥା ଶିଶୁ ଶୋଷଣକୁ ବନ୍ଦ କରିବା ପାଇଁ ସମସ୍ତ ହିତାଧିକାରୀଙ୍କର ସମ୍ମିଳନୀ
• ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା ଏବଂ ଏହାକୁ ଜିଲ୍ଲା ସ୍ତରରେ ନିଆଯିବା

Leave A Reply

Your email address will not be published.