ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନ ଓ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ ନେଇ ସଚେତନତା

ରାଉରକେଲା/ଦେବଗଡ଼, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଦେବଗଡ଼ ବନଖଣ୍ଡ ପକ୍ଷରୁ ଜିଲ୍ଲାର ପର୍ଯ୍ୟଟନ ଓ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଥିଲା । ଏସ୍‌ପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ ଓ ଦେବଗଡ଼ ଡ଼ିଏଫଓ ରଶ୍ମିଜୀଙ୍କ ନିର୍ଦେଶ କ୍ରମେ ଆୟୋଜିତ ସଭାରେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ଅଧ୍ୟକ୍ଷତା କରିଥିଲେ । ଦେବଗଡ଼ ଏସିଏଫ ଅରୁଣ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦେବଗଡ଼ ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ, ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଇଂ ରଜତ କୁମାର ସେଠି, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି, ରେଞ୍ଜ ଅଫିସର ଦିପ୍ତୀରଂଜନ ବିଶ୍ୱାଳ, ଫରେଷ୍ଟର ପ୍ରୀତମ କୁମାର ସାହୁ, ସମାଜସେବୀ ଅର୍ଣ୍ଣଭ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ ଆଲୋକପାତ କରି ପିକନିକ୍ ଓ ପର୍ଯ୍ୟଟନ ସ୍ଥଳ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଆମର ମାନସିକତାର ପରିବର୍ତ୍ତନ ଆବଶ୍ୟକ ବୋଲି ମତ ଦେଇଥିଲେ । ଏଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଅତିଥି ଓ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ୱାଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପରିବେଶ ଅନୁକୂଳ ପରିବେଶ ପାଇଁ ଶପଥ ପାଠ କରାଇଥିଲେ । ବିଭାଗୀୟ ଓଏସଡ଼ି ବିଭୂତି ଭୂଷଣ ମହନ୍ତ, ଏଫ.ଏ ମନୋଜ କୁମାର ନାୟକ, ବିଭୁତି ଭୂଷଣ ଶତପଥି, ଫରେଷ୍ଟ ଗାର୍ଡ ପି. ବି. ପ୍ରଧାନଙ୍କ ସମେତ ବହୁ ଛାତ୍ରଛାତ୍ରୀ, ଏସ.ଏଚ.ଜି ମହିଳା ଓ ଜନସାଧାରଣ ସାମିଲ ହୋଇଥିଲେ । ପର୍ଯ୍ୟଟନ ଓ ପିକନିକ୍ ସ୍ଥଳରେ ବର୍ଜ୍ୟବସ୍ତୁ କିମ୍ୱା ପଲିଥିନ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଥିଲା । ସ୍ୱଚ୍ଛତା ବଜାୟୀ ରଖିବାକୁ ଆହ୍ୱାନ କରାଯାଇଥିଲା । ପ୍ରଧନପାଟରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ରାଲି ପ୍ରଧାନପାଟ ଝରଣା ସ୍ଥଳରୁ ବାହାରି ସ୍ଥାନୀୟ ଅଞ୍ଚଳ ପାରିକ୍ରମା କରିଥିଲା । ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ବ୍ୟାନର ଓ ପ୍ଲା କାର୍ଡ ପ୍ରଦର୍ଶନ ପୂର୍ବକ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । ପ୍ରଧାନପାଟ ସହ ଦେଓଝରଣ, ଗହିରାଡ୍ୟାମ ଓ କୁରୁଡୁକୋଟ ଠାରେ ଅନୁରୂପ ସଫେଇ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.