oom

ଜାତୀୟ ଆଇନ ସେବା ପ୍ରାଧୀକରଣ ଯୋଜନା ଏବଂ ପୀଡିତା ସହାୟତା ଯୋଜନା ସଂବନ୍ଧୀୟ ଆଇନ ସଚେତନତା ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ସଦର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ଆଇନ ସେବା ପ୍ରାଧୀକରଣ ଯୋଜନା,(ଏସିଡ୍ ଆକ୍ରମଣର ପୀଡିତାଙ୍କୁ ଆଇନ ସହାୟତା), ପ୍ୟାନେଲ ନିୟମ ଗୁଡିକର ବିଭିନ୍ନ ବ୍ୟବସ୍ଥା ଏବଂ ପୀଡିତା ସହାୟତା ଯୋଜନା, ୨୦୧୭ ସଂବନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ପ୍ରାଧିକରଣର ଅଧ୍ୟକ୍ଷ ବିଭିନ୍ନ ଆଇନ, ସାମ୍ବିଧାନିକ ଅଧିକାର ଓ ପ୍ରାଧିକରଣ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଶିବିରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣରର ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ, ଡ. ପବିତ୍ର ମୋହନ ସାମଲ, ଭିଜିଲାନ୍ସ ନ୍ୟାୟାଧିଶ, ଶ୍ରୀଯୁକ୍ତ ମଳୟ ରଂଜନ ଦାଶ, ଫ୍ୟାମିଲି କୋର୍ଟ ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ନ୍ୟାୟଧିଶ ପ୍ରିୟ ରଂଜନ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସୁନନ୍ଦା ପାଢୀ, ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ ଚରଣଜିତ ଓରାମ, ସିଭିଲ୍ ଜଜ୍ (ବରିଷ୍ଠ) ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ), (କମର୍ସିୟାଲ) ଶ୍ରୀମତୀ ବୈଶାଳୀ ନାୟକ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ଅଣ୍ଣପୂର୍ଣ ଷଡଙ୍ଗୀ, ସିଭିଲ୍ ଜଜ୍ (କନିଷ୍ଠ) ସୁମିତ୍ କୁମାର ପାଣୀଗ୍ରାହୀ, ଜେ.ଏମ୍.ଏଫ୍.ସି, ଶ୍ରୀମତୀ ଲକ୍ଷ୍ମୀ ବେହେରା, ପ୍ରୋବେସନର ମାଜିଷ୍ଟ୍ରେଟ ଅର୍ଘ୍ୟରୂପା ମିଶ୍ର, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ ଏହି ଶିବିରର ସଂଚାଳନ କରିଥିଲେ ।

jittmm
Leave A Reply

Your email address will not be published.