ସେକ୍ଟର ୧୯ ଥାନାର ଆମ ପୁଲିସର ଜନ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ଓ ସେକ୍ଟର-୧୯ ଥାନା ଆମ ପୁଲିସ ତରଫରୁ ଏକ ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ସେକ୍ଟର ୨୦ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନାଧିକାରୀ ସାଇପ୍ରଭା ରାଉତଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ ଯୋଗ ଦେଇଥିଲେ । ଡିଏସ୍‌ପି ନେଙ୍ଗୀ ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସମ୍ପ୍ରତ୍ତି ମୋବାଇଲ ଆପ ମାଧ୍ୟମରେ ଟଙ୍କା ଲୁଟିନେବା, କୌଣସି ମେସେଜର ଲିଙ୍କକୁ ଡାଉନ୍‌ଲୋଡ୍‌ ନକରିବା, ନିଜ ଅଞ୍ଚଳରେ ଅଚିହ୍ନା ଲୋକମାନଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେବା, ବସ୍ତିରେ ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସମ୍ପର୍କରେ ସୂଚନା ଦେବା, ହ୍ୱାଟ୍ସଅପ୍ କଲ୍‌କୁ ଗ୍ରହଣ ନକରିବା, ବରିଷ୍ଠ ନାଗରିକ ଓ ମହିଳା ମାନେ ସତର୍କ ରହିବା, ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଲାଇବା, ଚାରିଚକିଆ ଜାନ ଗୁଡିକରେ ସିଟ୍ ବେଲ୍ଟ ବାନ୍ଧିବା, ମଦ୍ୟପାନ କରି ଗାଡି ନଚଳାଇବା ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଟ୍ରେଡିଂରେ ଶିକ୍ଷିତ ପିଲା ଫସୁଥିବାରୁ, ସେ ସତର୍କ କରାଇଥିଲେ । ଏହା ସହ ନାବାଳକ ପିଲାମାନଙ୍କୁ ଗାଡି ଚଳାଇବାକୁ ନଦେବା, ଯଦି ସେମାନେ ଗାଡି ଚଳାଇ ଧରାପଡିଲେ ଅଭିଭାବକ ମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ସମ୍ପର୍କରେ ସୂଚନା ଦେଇଥିଲେ । ଏଥିପାଇଁ ୧୧୨କୁ ଓ ସାଇବର ଠକେଇ ପାଇଁ ୧୯୩୦ ନମ୍ବରକୁ ଫୋନ୍ କରିବା ମଧ୍ୟ ସେ ସୂଚାଇ ଦେଇଥିଲେ । ସାଇବର ଠକେଇରେ ଏକ ଘଣ୍ଟା ମଧ୍ୟରେ ଥାନା କିମ୍ବା ୧୯୩୦ ନମ୍ବରକୁ ଜଣାଇଲେ ଠକାମୀରୁ ବଞ୍ଚି ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ହମିରପୁର ଠାରେ ଏକ ବିଟ୍ ହାଉସ୍ ପାଇଁ ଅନୁରୋଧ କରାଯାଇଥିଲା । ଡ. ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଆମେ ସମସ୍ତେ ସଚେତନ ହେବାକୁ ଗୁରୁତ୍ୱାରୋପ କରିଥିଲେ । ଥାନାଧିକାରୀ ଶ୍ରୀମତୀ ରାଉତ ଥାନା ଅଧୀନରେରେ ଥିବା ସମସ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ, ନିଜେ ସଚେତନତା ସହ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଆମ ପୁଲିସର ଦାୟିତ୍ୱରେ ଥିବା ଏଏସ୍‌ଆଇ ସୁଷମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଏସ୍‌ଆଇ ରୁଦ୍ରନାରାୟଣ ଦାସ, ଏଏସ୍‌ଆଇ ପ୍ରଦୀପ୍ତ କିଶୋର ବାରିକ, ଶ୍ୟାମସୁନ୍ଦର ଜୟପୁରିଆ, କମଲ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.