ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ସଚେତନତା ଶିବିର

ବରଗଡ଼, (ହେମନ୍ତ ସାହୁ) : ବରଗଡ ଜିଲ୍ଲା କୃଷି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ସଚେତନତା ଶିବିର ଆୟୋଜିତ ହେଇଯାଇଚି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରମୁଖ ଡିଡିଏମ୍ ନାବାର୍ଡ ହଟକିଶୋର ବେହେରା, ଏଲ୍‌ଡିଏମ୍‌ ବରଗଡ ମହେଶ୍ୱର ସାହୁ, ମୂର୍ତ୍ତିକା ସଂରକ୍ଷଣ ବିଭାଗ ଉପନିର୍ଦ୍ଦେଶକ ଭୀମସେନ ସେଠ, ଏଡିଏଚ୍‌ ପଦ୍ମପୁର ଗୋବିନ୍ଦ ପଧାନ, (ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ) ପ୍ରସନ୍ନ ମିଶ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ବିରୁପାକ୍ଷ ନାୟକ, କୃଷି ବିଜ୍ଞାନ କେନ୍ଦ୍ରର ନରସିଂହ ବାରିକ, ଆର୍‌ଏମ୍‌ସି ବରଗଡ, ମହାଶକ୍ତି ଫାଉଣ୍ଡେସନ୍‌ର ସମ୍ପାଦିକା ସୁଶ୍ରୀ ରୋଜାଲୀନ ଭୂୟାଁ ତଥା କୃଷକ ଉତ୍ପାଦକ କମ୍ପାନୀ ମାନଙ୍କର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶିକା, ମୁଖ୍ୟ ପରିଚାଳନା କର୍ମକର୍ତ୍ତା, ବୋର୍ଡ ମେମ୍ବର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଜିଲ୍ଲାର ସମସ୍ତ କୃଷକ ଉତ୍ପାଦକ କମ୍ପାନୀ ଗୁଡିକୁ କିପରି ବ୍ୟବସାୟୀ ଭିତ୍ତିରେ ସ୍ଥାୟୀ ଦୃଢ଼ୀକାରଣ କରାଯାଇପାରିବ ଏବଂ ଗ୍ରାମୀଣ ଅଂଚଳରେ କମ୍ପାନୀରେ ଅନ୍ତର୍ଭୁକ୍ତ ଥିବା ଚାଷୀ ମାନଙ୍କର ଆୟକୁ ବହୁଗୁଣିତ କରାଯାଇପାରିବ ସେଇ ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ଡିପାର୍ଟମେଣ୍ଟଦେ ଯୋଗଦେଇ ଥିବା ସରକାରୀ କର୍ମକର୍ତ୍ତା ଗଣ ସରକାରଙ୍କର ଯୋଜନା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ ଏବଂ କୃଷକ ଉତ୍ପାଦକ କମ୍ପାନୀ ଜରିଆରେ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରି ଚାଷୀ ମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ସହିତ କମ୍ପାନୀ ମଧ୍ୟ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଉପସ୍ଥିତ କମ୍ପାନୀ ସମସ୍ତ ଯୋଜନାକୁ ନେଇ କିପରି ସଫଳତା ହାସଲ କରିପାରିବେ ସେ ନେଇ ଉତ୍ସାହ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ପରିଚାଳକ ଡିଡିଏମ୍ ନାବାର୍ଡ ଶ୍ରୀଯୁକ୍ତ ବେହେରା ସମସ୍ତ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କୁ ସ୍ଥାୟୀ ବ୍ୟବସାୟୀ ଭିତ୍ତିରେ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ପୂର୍ବକ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.