oom

ଖପ୍ରାଖୋଲରେ ପହଞ୍ଚିଲା ସାଇବର ସଚେତନତା ରଥ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି । ଭିନ୍ନ ଭିନ୍ନ ଉପାୟ ଆପଣାଇ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ତେବେ ଏହି ଠକାମୀ ବିଷୟରେ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉଛନ୍ତି । ଅଶିକ୍ଷିତମାନେ ଦୂରର କଥା ଶିକ୍ଷିତ ଯୁବପିଢ଼ିମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ରାଜ୍ୟରେ ବଢ଼ୁଥିବା ସାଇବର ଠକାମୀକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଆଗଭର ହୋଇଛି । ଏନେଇ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି ଓଡ଼ିଶା ପୋଲିସ । ସେହିପରି ସାଇବର ସଚେତନତା ରଥ ଗୁରୁବାର ଖପ୍ରାଖୋଲଠାରେ ପହଞ୍ଚିବା ପରେ ଖପ୍ରାଖୋଲ ପୁଲିସ ଏବଂ ଜନସାଧାରଣ ସ୍ୱାଗତ କରିଛନ୍ତି । ସାମାଜିକ ଗଣମାଧ୍ୟମ ବ୍ୟବହାରରେ ସତର୍କତା, ପିଲାମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା, ବିଭିନ୍ନ ଅର୍ଥ କାରବାରରେ ସତର୍କତା, ଅନ୍‌ଲାଇନ ସପିଙ୍ଗ୍‌, ଟାୱାର ବସେଇବା ନାମରେ ହେଉଥିବା ଠକେଇ, ମିଥ୍ୟା ନିଯୁକ୍ତି ଠକେଇ ଭଳି ଅନେକ ସାଇବର ଠକେଇରେ ଲୋକେ ହେଉଥିବା ଠକାମୀର ଶିକାରରୁ କିଭଳି ସୁରକ୍ଷା କରାଯାଇ ପାରିବ ସେନେଇ ଖପ୍ରାଖୋଲ ଥାନା ପରିସରରେ ଏବଂ ବିଭିନ୍ନ ସ୍ଥାନରେ ସଚେତନତା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ବୁଝାଯାଇଥିଲା । ବଲାଙ୍ଗିର ସାଇବର ଥାନା ଅଧିକାରିଣୀ ସ୍ନିଗ୍ଧାରାଣୀ ବେହେରା, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ସାଇବର ଥାନା ଏସ୍‌ଆଇ ଦୀପକ ଡୁଙ୍ଗଡୁଙ୍ଗ, ଖପ୍ରାଖୋଲ ଏସ୍‌ଆଇ ଗୋପୀନାଥ ମହାକୁଡ଼, ଏଏସ୍‌ ଆଇ ସେୱାନ କେରକେଟା, ଗୋପାଳକୃଷ କୁମୁରା, ନାରାୟଣ ସାହୁ ସମେତ ଖପ୍ରାଖୋଲ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସତର୍କ ଓ ସଚେତନ ରହିଲେ ସାଇବର ଠକେଇ ରୋକା ଯାଇପାରିବ ବୋଲି ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.