ଶାନ୍ତିପଡ଼ାଠାରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାଠାରେ ଆଜି ମହାସମାରୋହରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ଉକ୍ତ ବ୍ରତକୁ ସମସ୍ତ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଶ ଉତ୍ସାହ ଉଦ୍ଦୀପନା ସହ ସଧବା ନାରୀମାନେ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଶାନ୍ତିପଡାର ସଧବା ନାରୀମାନେ ନିର୍ଜଳା ଉପବାସ କରି ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

ଆଜି ସକାଳୁ ସମସ୍ତ ସଧବା ନାରୀମାନେ ବଡି ଭୋରରୁ ଉଠି ପୂଜାର ପ୍ରସ୍ତୁତି ପାଇଁ ଲାଗି ପଡିଥିଲେ । ୨୧ ପ୍ରକାରର ଫଳ, ୨୧ ପ୍ରକାର ପୁଷ୍ପ ତଥା ବିଭିନ୍ନ ପୂଜା ସାମଗ୍ରୀ ଧରି ତୁଳସୀ ଚଉଁରାମୂଳେ ପୂଜା ପାଇଁ ଏକତ୍ରିତ ହୋଇଥିଲେ ।

ପୂଜା ୧୧ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ ପର୍ୟ୍ୟନ୍ତ ଚାଲିଥିବା ବେଳେ ବିଧିବଦ୍ଧ ଭାବେ ପୂଜା କାର୍ୟ୍ୟ ସମ୍ପନ୍ନ କରି ନାରୀମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.