oom

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ : ରାଜୁ ସଭାପତି ଓ ପ୍ରଶାନ୍ତ ସାଧାରଣ ସମ୍ପାଦକ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ରମାକାନ୍ତ ନାଏକ ଓରଫ ରାଜୁ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ ବେହେରା, ଉପସଭାପତି ଶୁଭେନ୍ଦୁ ସାହୁ, ଯୁଗ୍ମ ସମ୍ପାଦକ କ୍ଷେତ୍ରପାଳ ସାହୁ, କୋଷାଧ୍ୟକ୍ଷ ଜ୍ୟୋତିରଂଜନ ପଟେଲ ଏବଂ ଗ୍ରନ୍ଥାଗାରିକ ଭାବେ ରଘୁମଣି ସେଠ୍ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଆଇନଜୀବୀ ଦିଲ୍ଲୀପ କୁମାର ବେହେରା, ରାଜକିଶୋର ମିଶ୍ର, ଶଶାଙ୍କ ଶେଖର ଭୋଇ, ରାଜେନ୍ଦ୍ର ନାଏକ, ସଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି । ବରିଷ୍ଠ ଆଇନଜୀବି ରାଜକିଶୋର ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।

jittmm
Leave A Reply

Your email address will not be published.