jayashree

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ହରିଶଙ୍କର ବନାଞ୍ଚଳ ତରଫରୁ ସଚେତନତା ସଭା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ହରିଶଙ୍କର ସ୍ଥିତ ବନବିଭାଗ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ସୁରକ୍ଷା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜଙ୍ଗଲ ସୁରକ୍ଷା ସଚେତନତା ସଭାରେ ଅତିଥି ଭାବେ ଧଣ୍ଡାମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦନାଥ ମିଶ୍ର, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର, ଭାନପୁର ସରପଞ୍ଚ ରୀନା ଜାଲ, ନାନ୍ଦୁପଲା ସରପଞ୍ଚ ନୀଳାଦ୍ରି ପୁଝାରୀ, ମହରାପଦର ସରପଞ୍ଚ ସୁମତି ପଧାନ, ମଟିଆଭଟା ସରପଞ୍ଚ ସନ୍ତୋଷିନୀ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀ ନାଏକ ଜଙ୍ଗଲର ବହୁମୁଖୀ ଉପକାରିତା ବିଷୟରେ ଉପସ୍ଥିତ ଜନସାଧାରଙ୍କୁ ବୁଝାଇ ଥିଲେ । ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ବହୁ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷଲତା ନଷ୍ଟ ହେଉଛି ଏବଂ ତାହା ମାନବ ସମାଜ ପାଇଁ ବହୁତ କ୍ଷତିକାରକ ହେଉଥିବା ବେଳେ ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଗୁରୁଦାୟିତ୍ୱ ବୋଲି ପ୍ରକାଶ କରିଥିଲେ । ଜୀବଜଗତ ଉପରେ କଣ ପ୍ରଭାବ ପଡୁଛି ସେନେଇ ଜନସାଧାରଣଙ୍କୁ ଏବଂ ମା’ମାନଙ୍କୁ ଅବଗତ କରାଇବା ସହ ପ୍ରତ୍ୟେକ ମା’ମାନେ କେମିତି ନିଜ ନିଜର ସାହି, ୱାର୍ଡ ଓ ପଞ୍ଚାୟତରେ ଲୋକଙ୍କୁ କିଭଳି ବୁଝାଇବେ ଏବଂ ଜଙ୍ଗଲ ସୁରକ୍ଷା କିଭଳି କରାଯାଇପାରିବ ସେନେଇ ହରିଶଙ୍କର ବନାଞ୍ଚଳ ତରଫରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା’ମାନଙ୍କୁ ବିଭାଗ ପକ୍ଷରୁ ସହଯୋଗ ପାଇଁ ଅନୁରୋଧ କରାଯାଇଛି । ଏହି ଅବସରରେ ଖପ୍ରାଖୋଲ ବନବିଭାଗ ଡେପୁଟି ରେଞ୍ଜର ସୁନୀଲ ମିଶ୍ର, ହରିଶଙ୍କର ଫାଣ୍ଡିରୁ କନେଷ୍ଟବଳ ସଞ୍ଜୀବ ସାହୁ, ସୁଦାମ ସାହୁ, ବନପାଲ ସୁଧୀର ଜେନା, ବନପାଳ ରଞ୍ଜିତ କୁମ୍ଭାର, ବନପାଳ ଘାସିରାମ ଦୀକ୍ଷିତ, ବନପାଳ ଅରବିନ୍ଦ ଧରୁଆ, ବନରକ୍ଷୀ ମହେନ୍ଦ୍ର କାଲସାଇ, ରାଜେନ୍ଦ୍ର ଧରୁଆ, ଶରତ ଚନ୍ଦ୍ର ନାଏକ, ସଞ୍ଜୀବ ପଧାନ, ମଞ୍ଜୁ କୁମ୍ଭାର, ଉମା ଭୁରା, ଦୀପାଞ୍ଜଳି ସାହୁ, ମାଧବୀ ବିଭାର ସହ ସମସ୍ତ ବନ କର୍ମଚାରୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.