oom

ପ୍ରଧାନ ଶିକ୍ଷକ ବଳିଷ୍ଠ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଖୁଣ୍ଟପାଲି କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁରୁଙ୍ଗାର ପ୍ରଧାନ ଶିକ୍ଷକ ବଳିଷ୍ଠ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସେ ୧୯୯୭ ମସିହାରୁ ଚାକିରି ଆରମ୍ଭ କରି ଦୀର୍ଘ ୨୭ ବର୍ଷ ଚାକିରି କାଳ ମଧ୍ୟରେ ୨୫ ବର୍ଷ ତୁରୁଙ୍ଗା ବିଦ୍ୟାଳୟରେ ଓ ୨ ବର୍ଷ ତୁମଗାଁ ବିଦ୍ୟାଳୟରେ ଚାକିରି କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଧର୍ମରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷୟିତ୍ରୀ ନିବେଦିତା ପ୍ରିୟଦର୍ଶିନୀ ସ୍ୱାଇଁ ସଂଯୋଜନା କରିଥିଲେ । ରାମଜୀଲାଲ ଉଚ୍ଚ ବିଦ୍ୟାଳୟ ଖୁ. ତୁରୁଙ୍ଗାର ସହକାରୀ ଶିକ୍ଷକ ସରୋଜ ହୋତା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଶଶିକାନ୍ତ ରାୟ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଆଦିତ୍ୟ ସାହୁ ଯୋଗଦେଇ ବିଦାୟୀ ଶିକ୍ଷକ ବଳିଷ୍ଠ ସାହୁଙ୍କୁ ଉପଢୌକନ, ମାନପତ୍ର, ଛତା ଓ ଜୋତା ପ୍ରଦାନ କରି ସମ୍ମାନିତ କରିବା ସହ ତାଙ୍କ ଶିକ୍ଷକତା ଜୀବନ ସମସ୍ତ ପ୍ରେରଣାର ଉତ୍ସ ବୋଲି ଦୀର୍ଘ ଆରୋଗ୍ୟ ଜୀବନ କାମନା କରିଥିଲେ । ପୁରାତନ ଛାତ୍ର ସଂସଦ ସରକାରୀ ଉଚ୍ଚ ପ୍ରାଥମିକ ଖୁ. ତୁରୁଙ୍ଗାର ସଭ୍ୟ ଅନିଲ କୁମାର ଭୋଇଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରୀମାନେ ବିଦାୟୀ ସଂଗୀତ ଗାନ କରି ବିଦାୟୀ ଶିକ୍ଷକଙ୍କ ମଙ୍ଗଳ କାମନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ମୂରଲୀ ପଧାନଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାର ବିକାଶରେ ପାରଦର୍ଶିତା ପାଇଁ ତାଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଅନିଲ, ଶ୍ରୀ ମହାନ୍ତି ଓ ରାମଜୀଲାଲ ଉଚ୍ଚ ବିଦ୍ୟାଳୟ ଖୁ. ତୁରୁଙ୍ଗାର ଶିକ୍ଷକ ସୁବାଷ ପଟେଲ, ସଂଜୀବ କୁମାର ଦାଶ, ଯୁଗଳ ଚରଣ ପଣ୍ଡା, ଦୁର୍ଗା ପ୍ରସାଦ ସାହୁ, ପ୍ରିୟଦର୍ଶିନୀ ନମିତା ସାହୁ, ପ୍ରମୋଦ ପଧାନ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ସୁବାଷ ଚନ୍ଦ୍ର ସାହୁ, ଶିବପ୍ରସାଦ ନାଏକ, ସୁନୀଲ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ସଭାକୁ ସଫଳ ମଣ୍ଡିତ କରିଥିଲେ । ଶେଷରେ ସମସ୍ତେ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ୍ୟ ପରିକ୍ରମା କରି ତାଙ୍କ ପୈତୃକ ଗ୍ରାମ ଖୁଣ୍ଟପାଲିକୁ ନେଇ ଘରକୁ ଯାଇ ଛାଡିଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ

jittmm
Leave A Reply

Your email address will not be published.