oom

ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ଓ ସ୍ମୃତି ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସିଭିଲ ଟାଉନସିପ ସ୍ଥିତ ସ୍ମୃତି ଉଦ୍ୟାନ ଠାରେ ଧନଞ୍ଜୟ ମହାନ୍ତି ମେମୋରିଆଲ ଟ୍ରଷ୍ଟ, ରାଉରକେଲା ତରଫରୁ ଧନଞ୍ଜୟ ମହାନ୍ତିଙ୍କ ୩୨ତମ ପୂଣ୍ୟତିଥି ଓ ସ୍ମୃତି ସଭା ପାଳିତ ହୋଇଯାଇଛି । ଟ୍ରଷ୍ଟର ସଂପାଦିକା ପୁଷ୍ପା ଲେଙ୍କାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବାର ଆସୋସିଏସନର ସଭାପତି ସୁରେଶ ମାଝୀ ମୁଖ୍ୟ ଅତିଥି, ସଂପାଦକ ଅକ୍ଷୟ ସାହୁ, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧନଞ୍ଜୟଙ୍କ ଜୀବନୀ ଓ କାର୍ଯ୍ୟଶୈଳୀ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟତମ ବକ୍ତା ଭାବେ ସଚେତନ ନାଗରିକ ମଞ୍ଚର ସଂପାଦକ ପି ପି ରାୟ, ସମାଜସେବୀ ଧୀରେନ ସେନାପତି, ବିରେନ ସେନାପତି, ସବିର ହୁସେନ, ପ୍ରସନ୍ନ କୁମାର ଦାସ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ରାଉରକେଲା ବିଧାୟକ, ରାଜ୍ୟସଭା ସାଂସଦ, ଆଇନଜୀବୀ, କୃଷକ, ଶ୍ରମିକ ଓ ଖେଳାଳିଙ୍କ ପାଇଁ କରିଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥିମାନେ ତାଙ୍କ ନାମରେ ଏକ ଏକାଡେମୀ ପ୍ରତିଷ୍ଠା, ରାଉରକେଲା ବାର ଆସୋସିଏସନ ତରଫରୁ ସ୍ୱର୍ଗତ ମହାନ୍ତିଙ୍କ ସଂପର୍କରେ ଏକ ସ୍ମରଣିକା ଓ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ଆଲୋଚନାଚକ୍ର ମାନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନରଂଜନ ମିଶ୍ର, ଉମାଶଙ୍କର ତିୱାରୀ, ନରହରି ଦାସ, କୁଞ୍ଜବିହାରୀ ରାଉତ, ସତ୍ୟପ୍ରକାଶ ସାହା, ସୁଶାନ୍ତ ପ୍ରଧାନ, ପ୍ରଦୀପ୍ତ ସିଂହ, ପଙ୍କଜିନୀ ପୃଷେଠ, ବିଶ୍ୱଜିତ ସାହୁ, ସଂଗୀତା ଦାସ, ଟିଙ୍କୁ ଦେବୀ, ବିଜୟ ଦାସ, ସୁଧୀର ନାଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ପ୍ରଭୁପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.