oom

ଦେବଦତ୍ତ କ୍ଲବରେ କୃଷକ ଉତ୍ପାଦକ କମ୍ପାନୀର ସାଧାରଣ ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବଠାରେ ଡାଲି ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ବରଗଡରେ ଜିଲ୍ଲା ବିକାଶ ପ୍ରବନ୍ଧକ ହଟକିଶୋର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଏଡିଓ ଅମୀୟ ସାହୁ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅଶୋକ ଭୋଇ ଗାଇସିଲାଟ ଥାନା ଅଧିକାରୀ ବୀରବର ଭଗତ, ଉଦ୍ୟାନ ବିଭାଗ ତରଫରୁ ସୁରକ ରଞ୍ଜନ ଭୋଇ, ସ୍ଥାନୀୟ ସରପଞ୍ଚ ସୁମିତ୍ରା ସାହୁ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୋଦଣ୍ଡ ଧର ଭୋଇ ୨୦୨୧ – ୨୨ର ଆୟ ବ୍ୟୟ ହିସାବ ଓ ଅନ୍ୟାନ୍ୟ ବିବରଣୀ ପଠନ କରିଥିଲେ । ପରିଚାଳନା ନିର୍ଦ୍ଦେଶକ ବିଜୟ ମାଝୀ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ଉପରେ ବିସ୍ତୃତ ଆଲୋଚନା କରି ଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ବେହେରା ଅଂଚଳର ବିକାଶ ନିମନ୍ତେ ଆଗାମୀ ଦିନରେ କିଭଳି ଭାବରେ ହଜାର ହଜାର ସଂଖ୍ୟାରେ ସଫଳ ପନିପରିବା ଚାଷୀ ସୃଷ୍ଟି କରାଯାଇପାରିବ ସେଥି ପ୍ରତି ସମସ୍ତ ପ୍ରକାର ସହଯୋଗ ଯୋଗଇବା ପାଇଁ ପ୍ରକାଶ କରିଥିଲେ ଓ କମ୍ପାନୀର ଅଂଶିଦାର ମାନେ ନିଜେ ଆଗଭାର ହୋଇ ସଫଳ ଚାଷୀ ହେବା ସହ ଅନ୍ୟମାନଙ୍କୁ ଦିଗ ଦର୍ଶନ ଦେବେ ବୋଲି ମତ ପ୍ରଦାନ କରିଥିଲେ । ଶ୍ରୀ ଅମୀୟ ସାହୁ ଜୈବିକ ସାରର ଉପାଦେୟ ଗୁଣ ଓ ଚାହିଦା ତଥା ପ୍ରସ୍ତୁତି ପ୍ରଣାଳି ଉପରେ ଆଲୋଚନା କରିଥିବା ବେଳେ ୨୦୧୬ ମସିହାରୁ ନାବାର୍ଡ ଓ ଦେବଦତ୍ତ କ୍ଲବ୍ ତରଫରୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଇ ଧାନ ବଦଳରେ ପନିପରିବା ଚାଷ କରି ନିଜେ ଆର୍ଥିକ ଭାବରେ ସ୍ଵଚ୍ଛଳ ହୋଇ ଅନ୍ୟମାନଙ୍କୁ ରୋଜଗର ଯୋଗାଇ ଥିବାରୁ ଗାଇସିଲେଟ ଅଂଚଳର ଯୋଗେଶ୍ୱର ପଧାନ ସେମେଲ ମୁଣ୍ଡା, ସୁଶାନ୍ତ ବାଙ୍କ ଯୁଗିବନ୍ଧଲି, ସିଂହାସନ ଲୁହା ବ୍ରାହ୍ମଣ ମାଲ, ହଳଧର ବରିହା ସାଇଡୁଙ୍ଗୁରିପାଲିଙ୍କୁ ସଫଳ ପନିପରିବା ଚାଷୀ ଭାବରେ ଚିହ୍ନଟ କରି କମ୍ପାନୀ ତରଫରୁ ମାନ ପତ୍ର ଏବଂ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ରୁଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.