ତୁଷୁରା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ଶିକ୍ଷା ସଭା ସରକାରୀ ବାଳିକା ନୋଡାଲ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଉପାଧ୍ୟକ୍ଷା ମାମି ଦାସ ଯୋଗ ଦେଇ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଜାତୀୟ ମୁକ୍ତ ବିଦ୍ୟାଳୟର ଲାଭ ଉଠାଇବାକୁ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ,ସାମ୍ବାଦିକ ଶମ୍ଭୁ ପ୍ରସାଦ ସାହୁ, ଏସ୍‌ଏମ୍‌ଡିସି ପ୍ରେସିଡେଣ୍ଟ ହରିହର ସାହୁ, ଆଲୁମିନି ସଭାପତି ମିନତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସିଆର୍‌ସିସି ଜଗମୋହନ ତ୍ରିପାଠୀ ସ୍ୱାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତୁଷୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ନାଗ ଓଡିଶା ମୁକ୍ତ ବିଦ୍ୟାଳୟ ଓ ଜାତୀୟ ମୁକ୍ତ ବିଦ୍ୟାଳୟରେ ନାମଲେଖାର ପ୍ରକ୍ରିୟା ଓ ନିୟମ ଉପରେ ଉଦ୍‌ବୋଧନ ଦେଇଥିଲେ । ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ପ୍ରଧାନ ଶିକ୍ଷକ ମୋହନ ଭୋଇ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ୱଜ ମେହେର, ପ୍ରମୋଦ ନାଏକ, ଦୁତିଆ ସେଠ ଓ ଗୀତାଞ୍ଜଳି ପ୍ରଧାନ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ପୂରନ୍ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଆସ ସ୍କୁଲ ଯିବା ଅଭିଯାନରେ ଆଜି ଏସ୍‌ଆଇଓଏସ୍ ଓ ଏନ୍‌ଆଇଓସ୍‌ରେ ୫ଜଣ ଛାତ୍ରଛାତ୍ରୀ ସ୍ପଟ୍ ଏଡମିସନ୍ କରିଥିବା ବେଳେ ପୂର୍ବରୁ ୨୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.