ଅନ୍ନପୂର୍ଣ୍ଣା ଓ ଚିତ୍ତବ୍ରତଙ୍କ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଶିଷ୍ଟ ସାହିତ୍ୟିକ ରଘୁବର ଧଳଙ୍କ ସହଧର୍ମିଣୀ ଅନ୍ନପୂର୍ଣ୍ଣା ଓ ମଧ୍ୟମ ପୁତ୍ର ଚିତ୍ତବ୍ରତ ଧଳଙ୍କ ସ୍ମୃତି ଚାରଣ ସଭା କୋଏଲ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମାଜସେବୀ ନିହାର ରାୟ, ନିରୋଦ କୁମାର ରାଉତ, ବିଷ୍ଣୁପ୍ରିୟା ମହାପାତ୍ର, ହରମୋହନ ମିଶ୍ର, ତାରିଣୀ ଚରଣ ସାହୁ, ଉମେଶ ନାୟକ, ମାର୍କଣ୍ଡେଶ୍ୱର ରାଉତ, ଭାସ୍କର ଧଳ, ଶ୍ରମିକନେତା ପ୍ରଶାନ୍ତ ବେହେରା, ସୁକାନ୍ତ ଭୂୟାଁ, ବ୍ରଜେନ୍ଦ୍ର ଦାଶ, ପିତାମ୍ବର ଲେଙ୍କା, ରବି ପରିଡ଼ା, କବି କୁଞ୍ଜବିହାରୀ ରାଉତ, ମନୋଜ ନନ୍ଦ, ଜଗନ୍ନାଥ ରାଉତ ପ୍ରମୁଖ ଯୋଗଦେଇ ଉଭୟଙ୍କ ସ୍ମୃତି ଚାରଣ ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ଉଭୟଙ୍କ ସ୍ମୃତିରେ ସ୍ମୃତି ଶୋଭନ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ ଯୋଗଦେଇ ଥିବା ବେଳେ ଅସୀମ ଧଳ, ଅଶ୍ୱିନୀ ଧଳ, ଅସିତ ଧଳ, ଜ୍ୟୋତିର୍ମୟୀ ଧଳ, ମମତା ଧଳ,ସଶ୍ମିରେଖା ଧଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.