ଡିସେମ୍ବର ୭ ତାରିଖ ରବିବାର ଦିନ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଟିଟିଲାଗଡ ମାଟିର ହୀରା ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କଳାକାର ଏକତା ମଞ୍ଚ ଓଡିଶା ତରଫରୁ ଡିସେମ୍ବର ୭ ତାରିଖ ରବିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯିବ । ସେନେଇ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ରିଗାଲ୍ ପ୍ଲାଜା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ କଟକର ଓଡ଼ିଶା ମ୍ୟୁଜିକ ଆୱାର୍ଡ଼ର ପ୍ରତିଷ୍ଠାତା ସଞ୍ଜୟ ମହାକୁଡ, ବିଜେପି ନେତା ନରସିଂହ ସିଂ, ଆୟୋଜକ ଅନୁଷ୍ଠାନର ନିରୋଜ ପଟ୍ଟନାୟକ, ଗଗନ ବାଗ, କଣ୍ଠଶିଳ୍ପୀ ରୁକୁ ସୁନା, ରାଜେଶ ପ୍ରଧାନ, ବାବୁଲି ଷଡ଼ଙ୍ଗୀ, ବାପି ଡେଭିଡ, ଦୀପକ ବେହେରା ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି । ସେହିଦିନ ସୁପରଷ୍ଟାର ଅନୁଭବ ମହାନ୍ତି, ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ରୁକୁ ସୁନା, ବିଶ୍ୱ ମୋହନ କବି, ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଭଜନ ଗାୟକ ଶ୍ରୀ ଚରଣ ମହାନ୍ତି, ଅର୍ଚ୍ଚନା ପାଢ଼ୀ, ଦୀପ୍ତି ରେଖା ପାଢ଼ୀ, ଅଭିଜିତ ମିଶ୍ର, ଅନାମିକା, ସ୍ୱାଗତିକା ଓ ଓଡିଶାର କୋଣ ଅନୁକୋଣରୁ ପ୍ରସିଦ୍ଧ କଳାକାରମାନେ ଆସି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ ।