ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ କ୍ଲଷ୍ଟର ଶିକ୍ଷକ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି ନିରଞ୍ଜନ ମହାପାତ୍ର । ଅବସର କିଛି ବର୍ଷ ପୂର୍ବରୁ ଶିକ୍ଷକ ମହାପାତ୍ର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ସଂଯୋଜନା କରି ଆସୁଥିଲେ । ଏହି ଅବସରରେ ଏକ କ୍ଲଷ୍ଟର ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପାଳିବନ୍ଧ କ୍ଲଷ୍ଟର ପୋଡମପେଟା ସ୍କୁଲରେ ଶନିବାର ଅନୁଷ୍ଠିତ ହୋଇଥିଲା । ଏଥିରେ ନିରଞ୍ଜନ ମହାପାତ୍ର ସାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନା ବେଳେ ସନ୍ତୋଷ ତ୍ରିପାଠୀ, ଦୁର୍ଗା ପଟ୍ଟନାୟକ, ସୁକାନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । କ୍ଲଷ୍ଟରର ମହେନ୍ଦ୍ର ସେଠୀ, ରଘୁନାଥ ସାହୁ, ବିପିନ ପଟ୍ଟନାୟକ, ଅଭିମନ୍ୟୁ ସ୍ୱାଇଁ, ପର୍ଶୁରାମ ବେହେରା, ଲକ୍ଷ୍ମୀ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.