oom

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

jsmm

ଜୟପାଟଣା, (ଶେଷଦେବ ବେହେରା) : ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକଙ୍କୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭାର ସଭାପତି ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ କୁମାର ଦିଶାରି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଥବିର ବାଗ, ଉପାଧ୍ୟକ୍ଷ ଜାନକୀ ବାଣୁଆ, ଗୋଷ୍ଠି ଶିକ୍ଷା ଅଧିକାରୀ ଜୟପାଟଣା, ପ୍ରେମ ନାରାୟଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସରପଞ୍ଚ ରେଙ୍ଗାଲ ପାଲି ଐଶ୍ଚର୍ଯ୍ୟ କୁମାର ଦାସ, ପ୍ରଧାନ ଶିକ୍ଷକ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲପାଲି ରବୀନ୍ଦ୍ର କୁମାର ମୁଣ୍ଡ ମଞ୍ଚାସୀନ ଥିଲେ । ଛାତ୍ର ସଂସଦ ସାଧାରଣ ସମ୍ପାଦକ ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସଭାପତି ସନ୍ତୋଷ କୁମାର ନାଏକ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଶିକ୍ଷକ ସମୂହ, ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗତ ନଭେମ୍ବର ୪ ତାରିଖରେ ପୂର୍ବତନ ଇଂରାଜୀ ଶିକ୍ଷକ କୁଞ୍ଜବିହାରୀ ଦାସଙ୍କୁ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ରହି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଛାତ୍ର ସଂସଦ ତରଫରୁ ବିଦ୍ୟାଳୟ ଉନ୍ନତି ପାଇଁ ତଥା ଶିକ୍ଷକ ସମସ୍ୟା ପାଇଁ ଅତିଥିଙ୍କ ସମୂହ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ୦୭/୦୭/୧୯୮୮ ମସିହାରେ ସ୍ଥାପିତ ହୋଇ ୩୫ଟି ବର୍ଷ ଦୀର୍ଘ ସମୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ସମସ୍ୟା ହୋଇଛି, ଯାହା ଆଦ୍ୟ ସଭାରେ ଅତିଥୂଗଣ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା କାର୍ଯ୍ୟ ଲଳିତ କୁମାର ନାଏକ, ବୁଧୁରାମ ନାଏକ ପରିଚାଳନା କରିଥିବା ବେଳେ ଧନ୍ୟବାଦ ହିମାଞ୍ଚଳ ରାଉତ, ମାନପତ୍ର ନବ କିଶୋର ନାଏକ ପଠନ କରିଥିଲେ ।

jittmm
Leave A Reply

Your email address will not be published.