om academy

କରୋନା ନେଲା ଦୁଇ ଜଣଙ୍କ ଜୀବନ : ସରପଞ୍ଚ ଓ ବ୍ଳକ ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଅନେକ ଲୋକେ କରୋନାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ସବୁଠାରୁ ବଡ଼ ଦୁଃଖର କଥା ହେଲା, କରୋନାରେ ମୃତ୍ୟୁ ହେଲେ ଭୟରେ ଲୋକେ ଶବକୁ ଛୁଇଁବା ପାଇଁ ମଧ୍ୟ ଭୟ କରୁଛନ୍ତି । କିନ୍ତୁ ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ ଦେଉଳି ଗ୍ରାମର ଆମୁସ ମହାନନ୍ଦ(୪୫)ଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମର ଶରୀରକୁ ଛୁଇଁବା ପାଇଁ ତାଙ୍କର ପଡେ଼ାଶୀ ଲୋକେ ଆସିନଥିଲେ । ଶେଷରେ ଘୁନସର ସରପଞ୍ଚ ଦ୍ରୋପଦୀ ବେହେରାଙ୍କ ସହାୟତାରେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିଲେ । ଘୁନସର ସରପଞ୍ଚ ଦ୍ରୋପଦୀ ବେହେରା, ଆଶାକର୍ମୀ ସୌଦାମିନୀ ସେଠ, ନାଏବ ସରପଞ୍ଚ ଚମ୍ପୁ ସେଠ, ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମୃତ୍ୟୁ ବ୍ୟକ୍ତିଙ୍କ ଶବ ସତ୍କାର କରିଥିଲେ । ମୃତ୍ୟୁ ବ୍ୟକ୍ତିଙ୍କ ଦୁଇ ଜଣ ପୁଅ ଝିଅ ମଧ୍ୟ ରହିଥିବା ଜଣାପଡିଛି । ଅନ୍ୟପଟେ ଦେଢେଲ ଗ୍ରାମର ଫୁଲତୋଲା ନାଗ(୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କ ଉପସ୍ଥିତରେ ଶବ ସତ୍କାର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.