ସଂକଳ୍ପ ପରିବାର ତରଫରୁ ବିଚାରାଧୀନ କଏଦୀଙ୍କ ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମର ଚାରି ଜଣ ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ବାଗଙ୍କ ମୃତ ଶରୀରକୁ ସଂକଳ୍ପ ପରିବାର ତରଫରୁ ବରଗଡ଼ ପିପିଲମୁଣ୍ଡା ସ୍ୱର୍ଗଦ୍ୱାରରେ ସସମ୍ମାନେ ସତ୍କାର କରାଯାଇଛି । ଶିବ ବାଗ ବିଚାରାଧୀନ କଏଦୀ ଭାବରେ ବରଗଡ଼ ସବଜେଲରେ ରହିଥିଲେ । ଗତକାଲି ଅସୁସ୍ଥତା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା । ଆଜି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକେ ଶବ ନେବାକୁ ମନା କରିଦେଇଥିବାରୁ ସବ୍‌ଜେଲ ଅଧୀକ୍ଷକ ପୁନିରାମ ବାଗଙ୍କ ଅନୁରୋଧ କ୍ରମେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ପିପିଲମୁଣ୍ଡା ସ୍ୱର୍ଗଦ୍ୱାରରେ ସସମ୍ମାନେ ଶବ ସତ୍କାର କରାଯାଇଥିଲା । ଏଥିରେ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ଜି ରମେଶ, ଶେଷଦେବ ପଧାନ, ରାଜକୁମାର ବନଛୋର ପ୍ରମୁଖ ସହଯୋଗ କରିଥିବା ବେଳେ ବରଗଡ଼ ସବ୍‌ଜେଲର ଅତିରିକ୍ତ ଅଧୀକ୍ଷକ ଲିଙ୍ଗରାଜ ସାମଲ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.