jayashree

୧୮ଘଣ୍ଟା ପଡ଼ିରହିଲା ଶବ : ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ବରଗଡ଼ ଜୀରା ନଦୀ ତଟରେ ଥିବା ସ୍ୱର୍ଗଦ୍ୱାରରେ ଏକ ଅସହାୟ ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାପଡ଼ାର ବାଳକୃଷ୍ଣ କୈବର୍ତ୍ତ (୭୭) । ସେ ଦୀର୍ଘ ବର୍ଷ ହେଲା ମୁଣ୍ଡାପଡ଼ାରେ ବସବାସ କରି ଆସୁଥିଲେ । ତାଙ୍କର ଦୁଇ ପୁଅ ସମେତ ଦୁଇ ଝିଅ ରହିଥିବା ସତ୍ତ୍ୱେ ମୃତ ବାପାଙ୍କ ଅନ୍ତିମ ସମୟରେ କେହି ମଧ୍ୟ ପହଞ୍ଚି ନ ଥିଲେ । କୈବର୍ତ୍ତ ଗତକାଲି ରାତ୍ରି ୮ଟା ସମୟରୁ ମୃତ୍ୟବରଣ କରିଥିଲେ ସୁଦ୍ଧା ପରିବାର ଲୋକେ ପହଞ୍ଚି ପାରିନଥିବାରୁ ପର ଦିନ ମଧ୍ୟାନ ୨ଟା ପର୍ଯ୍ୟନ୍ତ ଦୀର୍ଘ ୧୮ ଘଣ୍ଟା ଧରି ମୃତ ଶରୀର କୈବର୍ତ୍ତ ରହୁଥିବା ଘରେ ପଡିରହିଥିଲା ପରେ ସ୍ଥାନୀୟ ସ୍ବେଛାସେବୀ ମହିଳା ମେରୀୟମ ବାର୍ଲ୍ଲାଙ୍କଠାରୁ ଖବର ପାଇ ସଂକଳ୍ପ ପରିବାରର ସଦସ୍ୟମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ ଓ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଥାନା କର୍ମଚାରୀଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସାହାଯ୍ୟରେ ମୃତ ଶବ ଆଣି ବରଗଡ଼ ନଦୀପଡା ସ୍ଥିତ ସ୍ୱର୍ଗଦ୍ୱାରରେ ସସମ୍ମାନେ ଶବ ସତ୍କାର କରିଥିଲେ । ଏଥିରେ ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶ, ନିଲେଶ ପଧାନ, ଚିନ୍ମୟ ପାଣ୍ଡେ, ରାଜକୁମାର ବଂଛୋର, ଅନନ୍ତ ଚରଣ ସାହୁ, ଅଭିନୟ ମିଶ୍ର ଓ ବିକାଶ ଅଗ୍ରୱାଲ ଏବଂ ସ୍ବେଚ୍ଛାସେବୀ ମେରୀୟମ ବାର୍ଲ୍ଲା ପ୍ରମୁଖ ଯୋଗଦାନ କରି ଶବ ସତ୍କାର କରିଥିଲେ । ପ୍ରକାଶ ଥାଉକି ଯେ, ସଂକଳ୍ପ ପରିବାର ମୁଖ୍ୟତଃ ବରଗଡ଼ ଅଞ୍ଚଳରେ ଅନବରତ ଭାବରେ ଅନେକ ସାମାଜିକ କାର୍ଯ୍ୟରେ ଜଡିତ ରହି ଆସୁଥିବା ସହିତ ଆଜି ପୁଣି ଏକ ଅସହାୟ ବୃଦ୍ଧା ବ୍ୟକ୍ତିଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ସୃଷ୍ଟି କରିଛି ।

Leave A Reply

Your email address will not be published.